ଚାକିିରି କରାଇ ଦେବା ନାଁରେ ଅନ୍‌ଲାଇନ୍‌ରେ ଠକେଇ, ୨ ଲକ୍ଷ ଟଙ୍କା ନେଇଗଲେ ଠକ

ବ୍ରହ୍ମପୁର: ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆରେ ଚାକିିରି କରାଇ ଦେବା ନାଁରେ ଠକେଇ ଅଭିଯୋଗ। ୨ଜଣ ବ୍ୟକ୍ତିଙ୍କୁ ଠାରୁ ଠକମାନେ ଅନ୍‌ଲାଇନ୍‌ରେ୨ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି।ଏନେଇ ବ୍ରହ୍ମପୁର ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଛନ୍ତି ଠକାମୀର ଶିକାର ହୋଇଥିବା ବ୍ୟକ୍ତି। ଏହି ମାମଲାର ତଦନ୍ତ ପାଇଁ ସାଇବର ସେଲ୍‌କୁ ନିର୍ଦ୍ଦେଶ ଦେଇଛନ୍ତି ଏସ୍‌ପି।

ଅଭିଯୋଗ ଅନୁଯାୟୀ, ନିଜକୁ ଏୟାରପୋର୍ଟ ଅଥରିଟିର ମ୍ୟାନେଜର କହି ଚାକିରି କରାଇ ଦେବା ନାଁରେ ଗୁପ୍ତେଶ୍ୱର ପ୍ରଧାନ ନାମକ ବ୍ୟକ୍ତିଙ୍କୁ ଫୋନ୍ କଲ୍ କରିଥିଲେ ଠକ। ପ୍ରଥମେ ଏହି କଥାକୁ ଗୁପ୍ତେଶ୍ୱର ବିଶ୍ୱାସ କରି ନ ଥିଲେ। କାଳେ ଚାକିରିଟିଏ ମିଳିଯିବ ବୋଲି ବିଶ୍ୱାସ କରି ପର୍ଯ୍ୟାୟକ୍ରମେ ଜମା କରିଥିଲେ ୧ ଲକ୍ଷ ୨୩ ହଜାର ଟଙ୍କା। ଏହାପରେ ମଧ୍ୟ ଠକମାନେ ଗୁପ୍ତେଶ୍ୱରଙ୍କୁ ଟଙ୍କା ଉପରେ ଟଙ୍କା ମାଗିଥିଲେ।

ଏଥିରେ ସନ୍ଦେହ ହେବାରୁ ଗୁପ୍ତେଶ୍ୱର ଭୁବନେଶ୍ୱର ଅଫିସକୁ ଯାଇ ଘଟଣାର ସତ୍ୟାସତ୍ୟ ଜାଣିବାକୁ ଚେଷ୍ଟା କରିଥିଲେ। ଏହାପରେ ସେ ଜାଣିବାକୁ ପାଇଥିଲେ ଯେ, ସେ ଠକାମିର ଶିକାର ହୋଇଛନ୍ତି। ଖାଲି ଗୁପ୍ତେଶ୍ୱର ନୁହେଁ କୋଦଳା ଅଞ୍ଚଳରେ ରହୁଥିବା ତାଙ୍କ ତାଙ୍କ ସଡୁ ସୁଧାକର ଖୁଣ୍ଟିଆଙ୍କୁ ମଧ୍ୟ ସମାନ ଉପାୟରେ ଠକିଛନ୍ତି ଠକ। ତାଙ୍କଠାରୁ ୭୦ ହଜାରରୁ ଅଧିକ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି।

You might also like