‘ପ୍ରତିଦିନ ହୋଲସେଲ୍ ଓ ଖୁଚୁରା ଦୋକାନ ଯାଞ୍ଚ କର’

ଭୁବନେଶ୍ୱର: ହୁ ହୁ ହୋଇ ବଢ଼ି ଚାଲିଛି ପିଆଜ ଦର। ସପ୍ତାହେ ଭିତରେ କେଜି ପିଛା ୫୦ରୁ ୯୦ ଟଙ୍କାକୁ ଛୁଇଁଲାଣି। ପିଆଜର ଏ ଅସ୍ୱାଭାବିକ ଦର ବୃଦ୍ଧିକୁ ନେଇ ଘାଇଲା ହେଲାଣି। ଖାଉଟି ଗରିବଠୁ ମଧ୍ୟବିତ୍ତ ଯାଏଁ ସମସ୍ତେ ପିଆଜ ଦରକୁ ନେଇ ବ୍ୟତିବସ୍ତ ହେଉଥିବା ବେଳେ ଦୈନିକ ଦର ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢାଉଛି।

ସେପଟେ ହୋଲସେଲ ଦର ବଢୁଥିବାରୁ ପିଆଜର ବଜାର ମୂଲ୍ୟ ବି ବଢୁଥିବା କହିଛନ୍ତି ଖୁଚୁରା ବ୍ୟବସାୟୀ। ନାସିକ୍‌ରେ ପିଆଜ ଦର ଉଚ୍ଚା ରହିଥିବାରୁ ପାଇକାରୀ ଦର ଏଠି ବି ଆକାଶ ଛୁଆଁ ହୋଇଥିବା କହିଛି ବ୍ୟବସାୟୀ ସଂଘ।

ପିଆଜ ଦର ବୃଦ୍ଧି ପରେ କଳାବଜାରୀ ରୋକିବାକୁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଖାଦ୍ୟ ଯୋଗାଣ ବିଭାଗ କମିଶନର। ଅସାଧୁ ବ୍ୟବସାୟୀଙ୍କ ଉପରେ ତୀକ୍ଷ୍ଣ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ବଜାରରେ ପିଆଜ ମହଜୁଦ ଓ ଦର ଉପରେ ଧ୍ୟାନ ରଖିବାକୁ ନିର୍ଦ୍ଦେଶ ସହ ପ୍ରତିଦିନ ହୋଲସେଲ୍ ଓ ଖୁଚୁରା ଦୋକାନରେ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

You might also like