୫୦ ଫୁଟ୍‌ ତଳକୁ ଖସି ପଡ଼ିଲା ପିଆଜ ବୋଝେଇ ଟ୍ରକ୍‌; ୨ ଆହତ

ବାରିପଦା: ୫୦ ଫୁଟ୍‌ ତଳକୁ ଖସି ପଡ଼ିଲା ପିଆଜ ବୋଝେଇ ଟ୍ରକ୍‌। ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୪୯ର ଦୁଆରଶୁଣି ଘାଟିରୁ ଆଜି ଏକ ପିଆଜ ବୋଝେଇ ଟ୍ରକ୍‌  ଭାରସାମ୍ୟ ହରାଇ ୫୦ ଫୁଟ୍‌ ତଳକୁ ଖସି ପଡ଼ିଛି। ଏଥିରେ ଡ୍ରାଇଭର ଓ ହେଲ୍‌ପର୍‌ ଆହତ ହୋଇଛନ୍ତି।

ଉଭୟ ପଶ୍ଚିମବଙ୍ଗରର ମେଦନାପୁରର ବୋଲି ଜଣାପଡ଼ିଛି।

ପୁଲିସ୍, ଦମକଳବାହିନୀ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ଡ୍ରାଇଭର  ଓ ହେଲ୍‌ପର୍‌ଙ୍କୁ ଉଦ୍ଧାର କରାଯାଇଥିଲା।

ଟ୍ରକ୍‌ଟି ନାସିକ୍‌ରୁ କୋଲକାତା ଯାଉଥିଲା।

You might also like