ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା କୁକୁଡ଼ିମୁଣ୍ଡି ଗାଁରେ ଜଣେ ବ୍ୟକ୍ତିଙ୍କର ତୀର ମାଡ଼ରେ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତିଙ୍କ ନାଁ ସୋମରା ଦେହୁରୀ। ପାରିବାରିକ କଳହକୁ କେନ୍ଦ୍ର କରି ଏପରି ଘଟଣା ଘଟିଥବା ଅଭିଯୋଗ ହୋଇଛି।
ଗାଁ ଲୋକଙ୍କ କହିବା ଅନୁଯାୟୀ, ଗତକାଲି ରାତିରେ ସୋମରାଙ୍କ ଉପରେ ତାଙ୍କ ପଡ଼ୋଶୀ ଛୋଟରାୟ ଦେହୁରୀ ତୀରମାଡ଼ କରିଥିଲେ। ତୀର ସୋମରାଙ୍କ ଛାତିରେ ବାଜିଥିଲା। ତାଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିବାରୁ ପରିବାର ଲୋକେ ରାଇରଙ୍ଗପୁର ମେଡିକାଲରେ ଭର୍ତ୍ତି କରିଥିଲେ।
ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ତେବେ ତୀର ମାଡ଼ କରିଥିବା ଅଭିଯୁକ୍ତ ଏବେ ଫେରାର ଥିବା ବେଳେ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।