ବର୍ଷେ ହେଲା ବନ୍ଦୀ ସୁନ୍ଦରୀ

ଅନୁଗୁଳ: ଦୀର୍ଘ ବର୍ଷେ ହେବ ବନ୍ଦୀ ଜୀବନ ବିତାଉଛି ବାଘୁଣୀ ସୁନ୍ଦରୀ। ୬ ନଭେମ୍ବର ୨୦୧୮ ପରଠାରୁ ବାଘୁଣୀକୁ ଟ୍ରାଙ୍କୁଲାଇଜ କରି ରାଇଗୋଡ଼ାରେ ର୍ନିମିତ ଏକ ଏନ୍‌କ୍ଲୋଜରରେ ରଖାଯାଇଛି। ହେଲେ ବାଘୁଣୀକୁ ଜଙ୍ଗଲରେ ଛଡ଼ାଯିବ ନା ଏନ୍‌କ୍ଲୋଜରର ପରିସୀମା ବଢ଼ାଯିବ ସେ ନେଇ ନିଷ୍ପତ୍ତି ନିଆଯାଇପାରିନାହିଁ। ବାଘୁଣୀ ସୁନ୍ଦରୀ ହାତୀବାରୀର ଜଣେ ମହିଳା ଓ ଟାଇଂସି ଗାଁର ଜଣେ ପୁରୁଷଙ୍କୁ ଆକ୍ରମଣ କରି ମାରିଥିଲା।

କେବଳ ସେତିକି ନୁହେଁ ଗୃହପାଳିତ ପଶୁଙ୍କୁ ମାରିବା ନେଇ ମଧ୍ୟ ବାଘୁଣୀ ସୁନ୍ଦରୀ ନାଁରେ ଅଭିଯୋଗ ହୋଇଥିଲା। ବ୍ୟାପକ ଜନ ଅସନ୍ତୋଷ ଓ ଲୋକଙ୍କ ଦାବିକୁ ଦେଖି ବନବିଭାଗ, WII ଓ NTCAର ପରାମର୍ଶ କ୍ରମେ ବାଘୁଣୀକୁ ରାଇଗୋଡ଼ାରେ ଏନକ୍ଲୋଜର ମଧ୍ୟରେ ରଖାଯାଇଛି।

ବାଘୁଣୀର ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ସୂଚନା ଦେବା ସହ ବାଘୁଣୀକୁ ମୁକ୍ତ କରାଯିବ କି ନାହିଁ ସେ ନେଇ ଉଚ୍ଚପଦସ୍ଥ ଅଧିକାରୀ ନିଷ୍ପତି ନେବେ ବୋଲି କହିଛନ୍ତି। ତେବେ ବର୍ଷେ ହେବ ବାଘୁଣୀ ବନ୍ଦୀ ଥିବାରୁ ଚିନ୍ତା ପ୍ରକଟ କରିଛନ୍ତି ପରିବେଶବିତ।

You might also like