ଟ୍ୟୁବ୍‌ୱେଲ୍ ଗାତରେ ପଡ଼ି ବର୍ଷକର ଶିଶୁକନ୍ୟାର ମୃତ

ବାଲେଶ୍ୱର(ରଶ୍ମୀ ରଞ୍ଜନ ଦାସ): ଟ୍ୟୁବ୍‌ୱେଲ୍ ଗାତରେ ପଡ଼ି ବର୍ଷକର ଶିଶୁକନ୍ୟାର ମୃତ୍ୟୁ ଘଟିଛି।ମାଉସୀ ଘରକୁ ବୁଲିବାକୁ ଆସିଥିବାବେଳେ ଟ୍ୟୁବ୍‌ୱେଲ୍‌ ଗାତରେ ପଡ଼ି ଶିଶୁ କନ୍ୟାର ମୃତ୍ୟୁ ହୋଇଛି। ବାଲେଶ୍ୱର ଜିଲ୍ଲା ଖଇରା ଥାନା‌ ଅନ୍ତର୍ଗତ ଶାଳଗଢିଆ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି।

ଗାଁର ସନିଆ ନାୟକଙ୍କ ପତ୍ନୀ ଝିଅ ସରୋଜିନୀକୁ ଧରି ଗୋଆପାଳରେ ରହୁଥିବା ଭଉଣୀ ଘରକୁ ବୁଲିବାକୁ ଯାଇଥିଲେ। ମାଉସୀ ଘରେ ଟ୍ୟୁବ୍‌ୱେଲ୍‌ ଖୋଳା ଯାଉଥିବା ବେଳେ ଗାତରେ ଶିଶୁ କନ୍ୟାଟି ପଡ଼ି ଯାଇଥିଲେ।

ପରିବାର ଲୋକେ ଶିଶୁ କନ୍ୟାକୁ ଉଦ୍ଧାର କରି ଖଇରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ ଖଇରା ପୋଲିସ୍‌ ପହଞ୍ଚି ତଦନ୍ତ ଚଳାଇଛି।

You might also like