ଓଭରବ୍ରିଜ ତଳୁ ଉଦ୍ଧାର ହେଲା ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ

କେନ୍ଦୁଝର: କେନ୍ଦୁଝର ଟାଉନ ଥାନା ଅଞ୍ଚଳ ୨୦ ନମ୍ବର ଜାତୀୟ ରାଜପଥର ବାଇପାସ ଓଭରବ୍ରିଜ ତଳୁ ଜଣେ ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଛି।

ଆଜି ସକାଳ ପ୍ରାୟ ୧୦ଟାରେ ଜଣେ ବ୍ୟକ୍ତି ଲୁନାରେ ଏକ ବସ୍ଥା ଧରି ସନ୍ଦେହ ଜନକ ଅବସ୍ଥାରେ ଯାଉଥିବାର କିଛି ଲୋକ ଦେଖିଥିଲେ। ତାକୁ ପଚାରିବାରୁ ଚାଳକ ଜଣଙ୍କ ବସ୍ତା ଭିତରେ ମାଂସ ଅଛି ବୋଲି କହିଥିବା ସୂଚନା ମିଳିଛି।

ଏହାପରେ କିଛି ଲୋକ ତାକୁ ଅଟକାଇବାକୁ ଚେଷ୍ଟା କରିବାରୁ ସେ ଗାଡି ସହ ବସ୍ତା ଛାଡ଼ି ପଳାଇ ଯାଇଥିଲେ। ପରେ ଲୋକେ ଟାଉନ ଥାନା ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବସ୍ଥାଟିକୁ ଖୋଲି ଦେଖିଥିଲେ। ଜରି ଭିତରେ ଜଣେ ମହିଳାଙ୍କ ଖଣ୍ଡ ବିଖଣ୍ଡିତ ଶରିର ଉଦ୍ଧାର ହୋଇଥିଲା।

ଉଦ୍ଧାର ମହିଳା ଜଣଙ୍କ କିଏ ତାଙ୍କର କୌଣସି ପରିଚୟ ମିଳି ପାରିନାହିଁ। ହେଲେ ପୋଲିସ ପହଞ୍ଚିବା ପୂର୍ବରୁ କେହି ଲୁନା ମୋପେଡ଼ଟିକୁ ନେଇ ଯାଇଛି। ଏନେଇ ମାମଲାର ତଦନ୍ତ ଆରମ୍ଭ କରିଛି ପୋଲିସ।

You might also like