‘ବେଦୁବାବୁଙ୍କ ଅଧୁରା କାମକୁ ଏଭଳି ପୂରଣ କରିବି’

ଭୁବନେଶ୍ୱର: ସାରା ରାଜ୍ୟର ନଜର ରହିଥିବା ପାଟକୁରା ବିଧାନସଭା ଆଶନର ଆଜି ଫଳାଫଳ ଆସିଯାଇଛି। ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଏହି ଆସନରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ବାଜିମାତ କରିଛନ୍ତି। ୧୯ ରାଉଣ୍ଡ ସୁଦ୍ଧା ୧୭, ୯୨୦ ଭୋଟରେ ବିଜେଡି ଆଗୁଆ ରହିଛି। ଏହି ଅବସରରେ ସେ ପ୍ରଥମେ ଓଟିଭିକୁ ସାକ୍ଷାତକାର ଦେଇଛନ୍ତି। ତାଙ୍କ ସହ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ଅରିନ୍ଦମ ଦାସ।

ପ୍ରଶ୍ନ: ବିଜୟର ଶ୍ରେୟ ଆପଣ କାହାକୁ ଦେବେ?

ଉତ୍ତର: ବିଜୟର ଶ୍ରେୟ ମୁଁ  ପ୍ରଥମେ ମୁଁ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯିଏ କି ମୋ ଉପରେ  ଭରସା କରି ମୋତେ ଏହି ଦାୟିତ୍ୱ ଦେଲେ ତାଙ୍କୁ ଦେବୀ। ମୋର ବିଜେଡି କର୍ମୀଭାଇ ମାନେ ଯେଉଁମାନେ ମାସ ମାସ ଥରି ମୋଁ ପାଇଁ ଅକ୍ଳାନ୍ତ ପରିଶ୍ରମ କରିଛନ୍ତି

ତାଙ୍କୁ ଦେବୀ ଏବଂ ମୋ ନିର୍ବାଚନ ମଣ୍ଡଳୀର ସମସ୍ତ ମଉସା ମାଉସୀ ଭାଇ ଓ ଭଉଣୀମାନଙ୍କୁ ଦେବୀ ଯେଉଁମାନେ ମୋତେ ଭୋଟ୍‌ ଦେଇ ଜୟଯୁକ୍ତ କରିଛନ୍ତି।

ପ୍ରଶ୍ନ: ପାଟକୁରା ବିଧାନସଭା ଆସନର ଲଢ଼େଇ ଆପଣଙ୍କ ପାଇଁ କିଭଳି ଥିଲା?

ଉତ୍ତର: ମୁଁ ଗୋଟିଏ ଜିନିଷ ବୁଝିଛି ଯେ ଏହି ନିର୍ବାଚନ ମଣ୍ଡଳୀ ମୋ ସ୍ୱାମୀଙ୍କର ପରିବାର ଥିଲା। ଆଉ ସେ ଦାୟିତ୍ୱ ଏବେ ମୁଖ୍ୟମନ୍ତ୍ରୀ ମୋତେ ଦେଇଛନ୍ତି। ମୁଁ ସେହି ଭରସାରେ ଲଢ଼ିଆସିଛି। ଏଥିସହ ମୋ ବିଜେଡି କର୍ମୀ ଭାଇମାନେ ଅନେକ ସାହାଯ୍ୟ କରିଛନ୍ତି। ନିର୍ବାଚନ ମଣ୍ଡଳୀର ସମସ୍ତ ଭୋଟରଙ୍କୁ ମୁଁ ଏତେ ମାତ୍ରାରେ ଭୋଟ୍‌ ଦେଇଥିବାରୁ ଧନ୍ୟବାଦ ଦେବି।

ପ୍ରଶ୍ନ: ବିଜୟ ପରେ ବିଧାୟକ ଭାବେ ଆପଣଙ୍କର ପ୍ରଥମ ପଦକ୍ଷେପ କ’ଣ ରହିବ?

ଉତ୍ତର: ଆଗେ ନିର୍ବାଚନ ବିଜୟ ଫଳ ଘୋଷଣା ସରିଯାଉ। ଏହାପରେ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବି ଏହାପରେ ସେ ଯେଉଁ ଦାୟିତ୍ୱ ଦେବେ ମୁଁ ତାହା କରିବି।

ପ୍ରଶ୍ନ: ବେଦୁବାବୁଙ୍କ ଅଧୁରା କାମକୁ ଆପଣ କିଭଳି ପୂରଣ କରିବେ।

ଉତ୍ତର: ସେ ଏବେ ମଧ୍ୟ ମୋ ହାତ ରି ଚାଲିଛନ୍ତି। ତେଣୁ ତାଙ୍କ ଭରସାରେ ଓ ମୋ ବିଜେଡି କର୍ମୀ ଭାଇଙ୍କ ସାହାଯ୍ୟରେ ମୁଁ ଆଗକୁ ବଢ଼ିବି। ମୋ ନିର୍ବାଚନମଣ୍ଡଳୀର ମୋ ପରିବାର। ସେମାନଙ୍କ ସାଙ୍ଗରେ ରହି ତାଙ୍କର ସମସ୍ତ ଆବଶ୍ୟକତା ପୂରଣ କରିବାକୁ ଚେଷ୍ଟା କରିବି।

You might also like