ରାଜ୍ୟରେ ଦିନକୁ ହଜାରେ ସାମ୍ପଲ୍ ଟେଷ୍ଟ ପାଇଁ ନିଷ୍ପତ୍ତି

ଭୁବନେଶ୍ୱର: ରାଜ୍ୟରେ ଦିନକୁ ହଜାରେ ସାମ୍ପଲ୍ ଟେଷ୍ଟ ପାଇଁ ମନ୍ତ୍ରୀସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୧୨ରୁ ବ୍ରହ୍ମପୁର ମେଡିକାଲ କଲେଜ, ୧୫ରୁ ଭିମସାର ଓ ୧୭ରୁ ରାଉରକେଲା ଆଇଜିଏଚ୍‌ରେ ରକ୍ତ ନମୁନା ପରୀକ୍ଷା କରାଯିବ। ରାଜ୍ୟ ଉଚ୍ଚସ୍ତରୀୟ ମନ୍ତ୍ରିମଣ୍ଡଳ ବୈଠକରେ ପରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଏହି ସୂଚନା ଦେଇଛନ୍ତି।

କରୋନାର ମୁକାବିଲା ପାଇଁ ଭିଡିଓ କନଫରେନ୍ସିଂରେ ଏହି ବୈଠକ ହୋଇଥିଲା।  ଏଥିସହ ଦିଲ୍ଲୀ ଏମ୍ସ ଢାଞ୍ଚାରେ ଏସସିବି ମେଡିକାଲ କଲେଜ, ଆଚାର୍ଯ୍ୟ ହରିହର କ୍ୟାନସର ମେଡିକାଲ ଓ ଅନ୍ୟାନ୍ୟ ମେଡିକାଲରେ ଲୋକମାନଙ୍କୁ ସାନିଟାଇଜ କରିବାକୁ ପ୍ରସ୍ତାବ ଦିଆଯାଇଛି।

କରୋନା ମୁକାବିଲା ପାଇଁ ଅନୁମୋଦନ କରାଯାଇଥିବା ଷ୍ଟାଫ ନର୍ସ , ଫାର୍ମାସିଷ୍ଟ, ଲାବରୋଟାରୀ ଟେକନସିଆନ, ରେଡିଓଗ୍ରାଫର ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ତୁରନ୍ତ ନିଯୁକ୍ତି ଦେଇ ଟ୍ରେନିଂ ପଠାଇବାକୁ ପ୍ରସ୍ତାବ ଦିଆଯାଇଛି।

ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଆଜି ଦୁଇଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଜଣେ ଢେଙ୍କାନାଳରେ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ଜଣେ କୋଲକାତା ମେଦିନାପୁରରୁ ଆଶି ଭୁବନେଶ୍ୱରରେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ହେଉଛନ୍ତି। ଏହି ଦୁଇ ଜଣଙ୍କୁ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୪୪ରେ ଛୁଇଁଛି। ସେହିଭଳି ମୃତ୍ୟୁ ସଂଖ୍ୟା -୧ ରହିଛି।

You might also like