ଭୁବନେଶ୍ୱର: ପୁଣି ଜଣେ କରୋନା ରୋଗୀ ଚିହ୍ନଟ। ଗଞ୍ଜାମ, ଝାରସୁଗୁଡ଼ା ଓ ବାଲେଶ୍ୱର ପରେ ଏଥର କେନ୍ଦୁଝର ଜିଲ୍ଲାର ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କେନ୍ଦୁଝର ହାଟଡିହିରେ ଜଣେ ୩୪ ବର୍ଷୀୟ ଯୁବକଙ୍କ ଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ସେ ମଧ୍ୟ କୋଲକାତୁର ଫେରିଥିବା ସୂଚାନ ଦେଇଛି ରାଜ୍ୟ ସ୍ୱସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୨ରେ ପହଞ୍ଚିଛି।
ଏହା ପୂର୍ବରୁ ଆଜି ଗଞ୍ଜାମରୁ ଦୁଇଜଣ, ଝାରସୁଗୁଡ଼ାରୁ ଜଣେ ଓ ବାଲେଶ୍ୱରରୁ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଗଞ୍ଜାମରୁ ଚିହ୍ନଟ ହୋଇଥିବା ଦୁଇ ପଜିଟିଭ୍ ୧୭ ଓ ୨୨ ବର୍ଷର ଦୁଇ ଜଣ ଯୁବକ। ସେମାଏନ ସୁରତରୁ ଫେରିଥିଲେ। ସେହିଭଳି ଝାରସୁଗୁଡ଼ା ପଜିଟିଭ୍ ହେଲେ ଜଣେ ମହିଳା। ସେ ତାଙ୍କ ଭଉଣୀଙ୍କ ଝିଅର ଡେଲିଭରି ଥିବାରୁ ୨୧ରୁ ୨୬ ତାରିଖ ପର୍ଯ୍ୟନ୍ତ ସେ ସୁନ୍ଦରଗଡ଼ ଜିଲ୍ଲା ବନ୍ଧପାଲୀ ଯାଇଥିଲେ। ୨୬ ତାରିଖରେ ଫେରିବା ପରେ ଘର ଭିତରେ ରହିଥିଲେ। ସୁନ୍ଦରଗଡ଼ରୁ ଫେରିଥିବାରୁ ତାଙ୍କର କଣ୍ଟାକ୍ଟ ଟ୍ରେସିଂ ଜାରି ରହିଥିବା ଜିଲ୍ଲାପାଳ କହିଛନ୍ତି।