• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ଭୁବନେଶ୍ୱର: ରାଜ୍ୟରେ ପ୍ରଥମ କରି ପୁଲିସ୍‌ କର୍ମୀଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଛି। ଏବେ ଏବେ ଭୁବନେଶ୍ୱରରେ ଦୁଇ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଏବେ ଭୁବନେଶ୍ୱରରେ ଜଣେ ପୁଲିସ୍‌ କର୍ମଚାରୀଙ୍କ ଠାରେ କରୋନା ପିଜିଟିଭ୍‌ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଏ ନେଇ କମିସନରଟେ ପୁଲିସ୍ ଟ୍ୱିଟ୍ କରି ସୂଚନା ଦେଇଛି। ସଂପୃକ୍ତ କର୍ମଚାରୀ ଛୁଟିରେ ଯାଇଥିଲେ। ଛୁଟିରୁ ଫେରିବା ପରେ ତାଙ୍କର କରୋନା ଟେଷ୍ଟ କରାଯିବାରୁ ତାଙ୍କ ଠାରେ କରୋନା ଭୂତାଣୁ ଥିବା ଜଣାପଡ଼ିଥିଲା। ସଂପୃକ୍ତ ୩୬ ବର୍ଷୀୟ ପୁଲିସ୍‌ କର୍ମଚାରୀଙ୍କର କୌଣସି ପ୍ରକାର ଲକ୍ଷଣ ନଥିଲା। ବାହାର ରାଜ୍ୟର ଶ୍ରମିକଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।

ତେବେ ଏହା ପରେ ଭୁବନେଶ୍ୱର କଟକ ଟ୍ୱିନସିଟିର ସମସ୍ତ ପୋଲିସ କର୍ମଚାରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଂଚ କରାଯାଉଛି ବୋଲି କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

କିଛି ସମୟ ପୂର୍ବରୁ ଭୁବନେଶ୍ୱରରେ ଦୁଇଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଥିଲା।  ଆଜି ଚିହ୍ନଟ ୧୦୨ ପଜିଟିଭ ମଧ୍ୟରୁ ଭୁବନେଶ୍ୱରର ଦୁଇ ଜଣ ଅଛନ୍ତି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା।

ଗତକାଲି ୩ ଆକ୍ରାନ୍ତ ସୁସ୍ଥ ହେବା ପରେ ଭୁବନେଶ୍ୱର କରୋନା ମୁକ୍ତ ଘୋଷଣା ହୋଇଥିଲା। ଏପଟେ ଆଜି ରାଜ୍ୟରେ ଆଉ ୩୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ଏମାନଙ୍କ ମଧ୍ୟରେ କେବଳ ୨୦ଜଣ ଗଂଜାମ ଜିଲ୍ଲାର ହୋଇଥିବା ବେଳେ ୫ ଜଣ କେନ୍ଦ୍ରାପଡ଼ା, ଭଦ୍ରକରୁ ୨, ବାଲେଶ୍ୱରରୁ ୨ ଏବଂ ନୟାଗଡ଼ରୁ ଜଣେ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ୩୦୭ ଜଣ କରୋନା ଆକ୍ରାନ୍ତ ଏପର୍ଯ୍ୟନ୍ତ ସୁସ୍ଥ ହୋଇଛନ୍ତି।

One-police-personnel-tested-covid-19-positive
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories