‘ବିରୋଧୀ ଦଳ ନେତା ମାନ୍ୟତା ଚାଲିଗଲେ ମଧ୍ୟ ମୋ ପାଟି ବନ୍ଦ ହେବନି’ : ନରସିଂହ ମିଶ୍ର

ନବ ଦାସଙ୍କ ଇସ୍ତଫା ପ୍ରସଙ୍ଗ

ଭୁବନେଶ୍ୱର : ବିଧାୟକ ନବ ଦାସ କଂଗ୍ରେସରୁ ଇସ୍ତଫା ଦେବା ପରେ ବିଧାୟକ ପଦରୁ ମଧ୍ୟ ଖୁବ ଶୀଘ୍ର ଇସ୍ତଫା ଦେବେ ବୋଲି କହିଛନ୍ତି। ଏପରି ହେଲେ ବିଧାନସଭାରେ କଂଗ୍ରେସ ବିଧାୟକଙ୍କ ସଂଖ୍ୟା ୧୫ରୁ ୧୪କୁ ଖସି ଆସିବ। ଏହା ଦ୍ୱାରା ନରସିଂହ ମିଶ୍ର ବିରୋଧୀ ଦଳ ନେତା ମାନ୍ୟତା ହରାଇବାର ଆଶଙ୍କା ଅଛି।

ଏ ପ୍ରସଙ୍ଗରେ ସେ ପ୍ରତିକ୍ରିୟା ଦେଇ କହିଛନ୍ତି, ବିରୋଧୀ ଦଳ ନେତା ମାନ୍ୟତା ଚାଲିଗଲେ ମଧ୍ୟ ମୋର ପାଟି ବନ୍ଦ ହେବନି। ସରକାର ଦେଇଥିବା ଖଣ୍ଡେ ଗାଡ଼ି ଓ ଦୁଇ ପିଅନ ନେଇଯିବେ।

ନବ ଦାସ କଂଗ୍ରେସ ଛାଡ଼ିବା ପ୍ରସଙ୍ଗରେ ନରସିଂହ କହିଛନ୍ତି, ଦଳ ପ୍ରତି ଲୋକଙ୍କ ସମର୍ଥନ ଥିଲେ, ବ୍ୟକ୍ତି ଛାଡ଼ି ଚାଲି ଗଲେ ମଧ୍ୟ ପ୍ରଭାବ ପଡ଼େ ନାହିଁ।  ବ୍ୟକ୍ତିକୁ ନେଇ ଦଳ ସୁଦୃଢ଼ ହେଉଥିଲେ, ଯଦି ସେ ଚାଲି ଯାଆନ୍ତି, ତେବେ ପ୍ରଭାବ ପଡ଼େ।

You might also like