ଟାଙ୍ଗିଆରେ ହାଣି ଯୁବକଙ୍କୁ ହତ୍ୟା

ଗଞ୍ଜାମ: ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଖଇରପଲ୍ଲି ଗାଁରେ ସାମାନ୍ୟ ବଚସାରୁ ଜଣଙ୍କ ଜୀବନ ଯାଇଛି। ଗାଁର ସୁରିଆ ନାହାକ ନାମକ ଜଣେ ବ୍ୟକ୍ତିଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି। ଏହି ଘଟଣାରେ ପୁଲିସ୍‌ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ସୂଚନା ଅନୁସାରେ, ଗତକାଲି ରାତିରେ ୪ଜଣ ଯୁବକ ମଦ ପିଇବା ପାଇଁ ଯାଇଥିଲେ। ମଦ ପିଇ ଫେରିବା ସମୟରେ ରାସ୍ତାରେ ସୁରିଆଙ୍କ ସହ ସେମାନଙ୍କର ବଚସା ହୋଇଥିଲା। ଏହି ସମୟରେ ସେଠାରୁ ଅନ୍ୟ ଜଣେ ଯୁବକ ପଳାଇ ଆସିଥିବା ବେଳେ ଅନ୍ୟ ୨ ଯୁବକ ଉପସ୍ଥିତ ଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ସୁରିଆଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଥିବା ଜଣାପଡ଼ିଛି। ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିଲା।

ପୁଲିସ୍‌ ଘଟଣାର ତଦନ୍ତ କରୁଛି।

You might also like