ଭୋଟ୍‌ ଗ୍ରହଣ ବେଳେ ପୋଲିଂ କର୍ମଚାରୀଙ୍କ ମୃତ୍ୟୁ

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଆଜି ତୃତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ବେଳେ ଜଣେ ପୋଲିଂ କର୍ମଚାରୀଙ୍କର ମୃତ୍ୟୁ ହୋଇଛି। କର୍ମଚାରୀଜଣଙ୍କ ନାମ ନବ କିଶୋର ନାୟକ(୪୨) ଏବଂ ତାଙ୍କ ଘର ହିନ୍ଦୋଳ ଅଞ୍ଚଳରେ ବୋଲି ଜଣା ପଡ଼ିଛି।

ସୂଚନା ଅନୁସାରେ ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ନିର୍ବାଚନ ମଣ୍ଡଳୀର ୪୧ ନମ୍ବର ବୁଥରେ କର୍ମଚାରୀ ଜଣକ କାର୍ଯ୍ୟରତ ଅବସ୍ଥାରେ ଏହି ଅଭାବନୀୟ ଘଟଣା ଘଟିଛି। ମତଦାନ ଚାଲିଥିବା ବେଳେ ନବ କିଶୋର ହଠାତ ଅସୁସ୍ଥ ହୋଇପଡ଼ିଥିଲେ।  ତାଙ୍କୁ ତୁରନ୍ତ ସ୍ଥାନୀୟ କାମାକ୍ଷାନଗର ଡାକ୍ତରଖାନାକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ମୃତ୍ୟୁର ସ୍ପଷ୍ଟ କାରଣ ଜଣା ପଡ଼ି ନ ଥିବା ବେଳେ ହୃଦଘାତ କାରଣରୁ ମୃତ୍ୟୁ ହୋଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି।

ଆହୁରି ପଢ଼ନ୍ତୁ

ପାର୍ସଲ ପେଟିରୁ ବାହାରିଲା ନାଗସାପ

ନିଜସ୍ୱ ଉଦ୍ୟମରେ ମୋବାଇଲ ଟାୱାର ନିର୍ମାଣ କଲେ ଗ୍ରାମବାସୀ

ଭୁଲ୍‌ ଇଞ୍ଜେକସନ୍ ପାଇଁ ୯ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ ଅଭିଯୋଗ

ଓଟିଭିର ପ୍ରଭାବ: ମାଟି ଶଙ୍ଖ ଶିଳ୍ପୀଙ୍କୁ ମିଳିଲା ପ୍ରୋତ୍ସାହନ

ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା

ସମୁଦ୍ର କୂଳରେ ବିଛା ଯାଇଥିବା ଜିଓ ସିନ୍ଥେଟିକ୍‌ ଟ୍ୟୁବ୍‌ରେ ଅଗ୍ନିକାଣ୍ଡ

ଋଷିକୂଲ୍ୟା ନଦୀରେ ଭାସିଗଲେ ନାବାଳିକା

୩ ବର୍ଷର ଶିଶୁକୁ ତଣ୍ଟି ଚିପି ମାରିଦେଲା ସାବତ ମା’!

ପୁରୀରେ ଏନ୍‌କାଉଣ୍ଟର; ଦୁର୍ଦ୍ଦାନ୍ତ ଅପରାଧୀ ଦିବାନା ଆହତ

ଝଡ଼ବର୍ଷା ସହ ବଜ୍ରପାତ ସମ୍ଭାବନା; ୮ ଜିଲ୍ଲାକୁ ସତର୍କ ସୂଚନା

ବାଲୁକା କଳାରେ ଜେଟଲୀଙ୍କୁ ଶ୍ରଦ୍ଧାଞ୍ଜଳି

ଛିନ୍‌ତାଇ ବେଳେ ବାଇକ୍‌ରୁ ତଳେ ପଡ଼ି ମହିଳାଙ୍କ ମୃତ୍ୟୁ ଅଭିଯୋଗ

You might also like