ଯାଜପୁରରୁ ପୁଣି ଜଣେ କରୋନା ପଜିଟିଭ୍‌

ଯାଜପୁର: ଯାଜପୁରରୁ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୫୪କୁ ବୃଦ୍ଧି ପାଇଛି।

ଅନ୍ୟପକ୍ଷରେ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୭୯ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ୍‌ସାଇଟ୍‌ରୁ ସୂଚନା ମିଳିଛି।

ସୂଚନାଥାଉ କି, ରାଜ୍ୟରେ ମୋଟ୍ କରୋନା‌ ଆକ୍ରାନ୍ତଙ୍କ ସଂଖ୍ୟା ୧୭୯କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ୬୦ ଜଣ ସୁସ୍ଥ ହୋଇଥିବାବେଳେ ୧୧୭ ଜଣ ଚିକିତ୍ସାଧୀନ ଅଛନ୍ତି। ୨ ଜଣଙ୍କର ମୃତ୍ୟୁ ଘଟିଛି।

You might also like