• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ) : ସରକାରଙ୍କ ବିକାଶ ଚିତ୍ରର ଆଉ ଏକ ଆଇନା ।  ରାସ୍ତା, ପାଣି, ବିଜୁଳି ଓ ସ୍ୱାସ୍ଥ୍ୟ ସେବା ନିର୍ବାଚନର ଏ ଚାରି  ପ୍ରମୁଖ ପ୍ରସଙ୍ଗକୁ ନେଇ ଏବେ ମଇଦାନରେ ମୁହାଁମୁହିଁ ହେଉଛନ୍ତି ନେତା। ନିର୍ବାଚନ ପୂର୍ବରୁ ଭୋଟରଙ୍କ ପାଖରେ ପ୍ରତିଶ୍ରୁତିର ପାହାଡ଼ ଠିଆ କଲା ବେଳେ ସବୁ ଦଳର ଫୋକସରେ ରହୁଛି ଏ ଚାରି ପ୍ରସଙ୍ଗ। ହେଲେ ରାଜ୍ୟରେ ଏବେ ବି ଏମିତି ଅପହଞ୍ଚ ଇଲାକା ଅଛି ଯେଉଁଠି ନେତାଙ୍କ ପାଦ କେବଳ ଭୋଟ୍ ବେଳେ ପଡେ।  ସ୍ଥିତି ନଗଡା ଭଳି । ବିକାଶର ନା ଗନ୍ଧ ନାହିଁ ନୟାଗଡ଼ର ନଗଡା ତଥା ନୂଆଗାଁରେ । ଗାଁକୁ ନା ଅଛି ପକ୍କା ରାସ୍ତା ନା ଅଛି ସ୍କୁଲ କି ଅଙ୍ଗନବାଡି । ପାଣି, ବିଜୁଳି ବି ସାତ ସପନ ।

ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ନରେନ୍ଦ୍ରପୁର ପଞ୍ଚାୟତ ବଧିପାଟଣା ମୌଜାର ଏକ ଛୋଟ ଗାଁ ନୂଆଗାଁ । ଖୋର୍ଦ୍ଧା- ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଠାରୁ ମାତ୍ର ୧ କିଲୋମିଟର ର ଦୂରତା । ସ୍ଥିତି କିନ୍ତୁ ଉପାନ୍ତ ଇଲାକା ଠାରୁ ବି ଆହୁରି ସଙ୍ଗୀନ । ଅଭିଶପ୍ତ ଜୀବନ ବିତାଉଛନ୍ତି ଗାଁ ଲୋକ । ମୌଳିକ ସୁବିଧାରୁ ସେମାନଙ୍କ ପାଇଁ ସାତ ସପନ । ଦୀପ ତଳ ଅନ୍ଧାର ଭଳି ଏତେ ବର୍ଷ ପରେ ମଧ୍ୟ ଗାଁକୁ ପକ୍କା ସଡ଼କ ଟିଏ ନାହିଁ କି ପିଇବା ପାଣିର ସୁବିଧା ନାହିଁ ।

ନା ଅଛି ଅଙ୍ଗନବାଡି ନା ଅଛି ବିଦ୍ୟାଳୟ । ବିଦ୍ୟୁତ ଖୁଣ୍ଟ ଅଛି ହେଲେ ବିଜୁଳି ଇଚ୍ଛାରେ ଆସୁଛି ଆଉ ଯାଉଛି । ଛୋଟ ପିଲା ମାନେ ଚାଲି ଚାଲି ୨ କିମି ଦୂର ଅଙ୍ଗନବାଡି ପଢିବାକୁ ଯାଉଥିବା ବେଳେ ବର୍ଷା ଦିନେ ରୋଗୀକୁ ଦୋଳାରେ ବୋହି ନେବାକୁ ବାଧ୍ୟ ହୁଅନ୍ତି ଲୋକେ । ଗାଁର ଅଧାରୁ ଅଧା ଲୋକ ଜଙ୍ଗଲରୁ କେନ୍ଦୁପତ୍ର ତୋଳି ଜୀବନ ନିର୍ବାହ କରନ୍ତି । ଆଉ କିଛି ଲୋକ ଦିନମଜୁରୀ ଲାଗି ପରିବାର ମଧ୍ୟ ପ୍ରତିପୋଷଣ କରନ୍ତି ।

ହେଲେ ବର୍ତମାନ ଲକଡାଉନ ପାଇଁ କାମ ବନ୍ଦ ଅଛି । ତେଣୁ ପରିବାର ଚଳାଇବା ସହ ପେଟକୁ ଦୁଇ ମୁଠା ଦାନା ଯୋଗାଡ଼ କରିବା ସେମାନଙ୍କ ପାଇଁ କଷ୍ଟକର ହୋଇପଡ଼ିଛି । ତେବେ ଏନେଇ ପ୍ରଶାସନ ନିକଟରେ ବାରମ୍ବାର ଗୁହାରୀ କଲେ ସୁଦ୍ଧା ବାବୁମାନେ ଆଖିରେ ଆଙ୍ଗୁଠି ଗେଞ୍ଜି ବସି ରହିଛନ୍ତି । ତେଣୁ ଏଥର ଆଉ ଭୋଟ ଦେବୁ ନାହିଁ ବୋଲି କହୁଛନ୍ତି ସ୍ଥାନୀୟ ବାସିନ୍ଦା ।

ତେବେ ବିଡ଼ିଓ ଏବଂ ସରପଞ୍ଚଙ୍କ ସହ ଆଲୋଚନା କରି ଏହି ଗାଁର ବିକାଶ ପାଇଁ ପଦକ୍ଷେପ ନେବେ ବୋଲି କହିଛନ୍ତି ନୟାଗଡ଼ ଉପ ଜିଲ୍ଲାପାଳ ଲଗ୍ନଜିତ ରାଉତ । ତେବେ ନୟାଗଡରେ ବିକାଶର ଏଭଳି ସାଙ୍ଘାତିକ ଚିତ୍ର ଦେଖିଲେ ଯେ କେହି ବି କହିବ ଏଇ ଗାଁ ହେଉଛି ନୟାଗଡ଼ର ଆଉ ଏକ ନଗଡା ।

One-more-nagada-in-nayagarh
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories