ରାଜ୍ୟରେ ପୁଣି ଜଣେ ବ୍ୟକ୍ତିଙ୍କ ନାଁରେ ଜିଏସ୍‌ଟି ଠକେଇ ଅଭିଯୋଗ

ବଲାଙ୍ଗିର: ରାଜ୍ୟରେ ପୁଣି ଜିଏସ୍‌ଟି ଠକେଇ ଅଭିଯୋଗ ହୋଇଛି। ଏଥର ବଲାଙ୍ଗିରର ରବୀନ୍ଦ୍ର ଭୋଇ ନାମକ ଜଣେ ବ୍ୟକ୍ତିଙ୍କ ନାଁରେ GST ଠକେଇ ଅଭିଯୋଗ ଆସିଥିବା ଜଣାପଡ଼ିଛି।

ସଇଁତଳା ଥାନା ଅନ୍ତର୍ଗତ ଘଣ୍ଟାମାଲ ଗାଁର ରବୀନ୍ଦ୍ରଙ୍କ ନାଁରେ ପାଖାପାଖି ୧ ଲକ୍ଷରୁ ଅଧିକ ଟଙ୍କାର ଜିଏସ୍‌ଟି ଠକେଇ ହୋଇଥିବା ଅଭିଯୋଗ ଆସିଛି। ତେବେ ସେ କିଛି ଜାଣିନଥିବା କହିଛନ୍ତି। କିଛି ଦିନ ତଳେ ଋଣ ପାଇଁ ଜଣଙ୍କୁ ନିଜର ଆଧାର କାର୍ଡ, ବିଜୁଳି ବିଲ୍ ଭଳି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଦେଇଥିଲେ। ଯେଉଁଥିରୁ ସେ ଠକେଇ ହୋଇଥିବାର ଅନୁମାନ କରୁଛନ୍ତି।

ଏ ସମ୍ପର୍କରେ ରବୀନ୍ଦ୍ର ସଇଁତଳା ଥାନାରେ ଏକ ମାମଲା ଦାଏର କରିଛନ୍ତି। ଘଟଣାକୁ ନେଇ SDPO କହିଛନ୍ତି ଯେ, ଘଟଣାର ତଦନ୍ତ ଦାୟିତ୍ୱ ସେଲ୍ ଟ୍ୟାକ୍ସ ବିଭାଗକୁ ହସ୍ତାନ୍ତର କରାଯାଇଛି। ୨ ଦିନ ତଳେ ରାଉରକେଲାର ଜଣେ ପାଇପ ମିସ୍ତ୍ରୀଙ୍କ ନାଁରେ ୭୦ କୋଟି ଟଙ୍କାର ଜିଏସ୍‌ଟି ଠକେଇ ହୋଇଥିବା ଅଭିଯୋଗ ଆସିଥିଲା।

You might also like