ଆଉ ଜଣେ କରୋନା ପଜିଟିଭ ଚିହ୍ନଟ, ଦିନକରେ ହେଲେଣି ୮ ଆକ୍ରାନ୍ତ

ରାଜ୍ୟରେ ଆଉ ଜଣେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେ ଯାଜପୁର ଜିଲ୍ଲା ବାସୁଦେବପୁର ଅଞ୍ଚଳର ହୋଇଥିବା ନେଇ ଟ୍ୱିଟ୍‌ କରିଛି ସୂଚନା ଓ ଲୋକସମ୍ପର୍କ ବିଭାଗ। ସେ ୩୪ ବର୍ଷିୟ ଯୁବକ। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୧ରେ ଛୁଇଁଲା। ତାଙ୍କର ବେଙ୍ଗଲ ଲିଙ୍କ୍ ଥିବା ଜଣାପଡ଼ିଛି। ଆଜି ସକାଳେ ୫, ଅପରାହ୍ଣରେ ୨ ପରେ ଏବେ ଜଣଙ୍କୁ ମିଶାଇ ଗୋଟିଏ ଦିନରେ ଓଡ଼ିଶାରେ ୮ଜଣ ଚିହ୍ନଟ ହେଲେଣି।


କିଛି ସମୟ ପୂର୍ବରୁ ରାଜ୍ୟରେ ଆଉ ୨ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଗୁରୁତ୍ୱପୂଣ୍ଣ କଥା ହେଲା, ଏଥିରେ ଜଣେ ସ୍ୱାସ୍ଥ୍ୟକର୍ମୀ ରହିଛନ୍ତି। ଆକ୍ରାନ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ବୟସ ୨୨ ବର୍ଷ ଏବଂ ତାଙ୍ଗ ଘର କୋରାପୁଟର ଦଶମନ୍ତପୁରର ବୋଲି ଜଣାପଡ଼ିଛି।

କୋରାପୁଟର ଏହା ପ୍ରଥମ କରୋନା କେସ୍। ସେ କୋଲକାତାରୁ ଫେରି କୋରାପୁଟରେ କ୍ୱାରେଣ୍ଟାଇନ୍‌ରେ ରହିଥିଲେ। ତାଙ୍କ ନିକଟରେ କୌଣସି ଲକ୍ଷଣ ଦେଖାଦେଇନଥିଲା କିନ୍ତୁ ରିପୋର୍ଟ ପଜିଟିଭ ଆସିଛି।

You might also like