ପୁଣି ଜଣେ କରୋନା ଆକ୍ରାନ୍ତ ଗଞ୍ଜାମ ଜିଲ୍ଲାରୁ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ଜଣେ ନୂଆ କରୋନା ଆକ୍ରାନ୍ତ ଗଞ୍ଜାମ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି।  ଏ ନେଇ ସ୍ୱାସ୍ଥ୍ୟ ବିଭାଗର ୱେବସାଇଟରେ ସୂଚନା ଦିଆଯାଇଛି । ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୦କୁ ବୃଦ୍ଧି ପାଇଛି।

ସୂଚନାଥାଉ କି, ଗତକାଲି  ଯାଜପୁର ଜିଲ୍ଲାରୁ ୪ ଜଣ, ଭଦ୍ରକ ଜିଲ୍ଲାରୁ ୨ ଜଣ ଓ ସୁନ୍ଦରଗଡ଼ ଜିଲ୍ଲାର ଜଣେ ଆକ୍ରନ୍ତ ଚିହ୍ନଟ ହୋଇଥିଲେ।   ଯାଜପୁରର ନୂଆ ୪ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାର କୋରନା ରୋଗୀଙ୍କ ସଂଖ୍ୟା ୫୨କୁ ବୃଦ୍ଧି ପାଇଛି ।

ସେହିଭଳି ଭଦ୍ରକର ୨ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାର କରୋନା ରୋଗୀଙ୍କ ସଂଖ୍ୟା ୨୧କୁ ବୃଦ୍ଧି ପାଇଛି । ଏହା ଭିତରୁ ୧୦୯ ଆକ୍ଟିଭ କେସ୍ ରହିଥିବା ବେଳେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୬୦ ଜଣ । ତେବେ ଯାଜପୁରରେ ଲଗାତର ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବାରୁ ଏହା ସରକାରଙ୍କ ପାଇଁ ଏବେ ମୁଣ୍ଡ ବିନ୍ଧାର କାରଣ ସାଜିଛି ।

ଏପଟେ ଭଦ୍ରକରେ ଆଉ ୨ ଆକ୍ରାନ୍ତ ଚିହ୍ନଟ ପରେ ଧାମନଗର ବ୍ଲକ୍ ସାହସପୁର ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ସେହିପରି ବାସୁଦେବପୁର ବ୍ଲକର ଲକ୍ଷ୍ମୀଦାସପୁର ପଞ୍ଚାୟତକୁ କଣ୍ଟେନମେଣ୍ଟ୍ ଅବଧିକୁ ୧୪ ଦିନ ଯାଏଁ ବଢାଇ ଦିଆଯାଇଛି।

ତେବେ ଗଞ୍ଜାମ ଜିଲ୍ଲା କରୋନା ମୁକ୍ତ ଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୩ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଗତକାଲି ସକାଳେ ଜଣେ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବାବେଳେ ଆଜି ଆଉ ଜଣଙ୍କୁ ଚିହ୍ନଟ କରାଯାଇଛି। ତେବେ ଆକ୍ରାନ୍ତଙ୍କ ଲିଙ୍କ କ‘ଣ ଏବଂ ସେ ଆଉ କାହା କାହା ସଂସ୍ପର୍ଶରେ ଆସିଛନ୍ତି ସେ ନେଇ ପ୍ରଶାସନର ତନାଘନା ଚଲାଇଛି।

ସୂଚନାଥାଉ କି, ଗତ ୨୪ ଘଣ୍ଟାରେ ସର୍ବାଧିକ ସାମ୍ପଲ୍ ଟେଷ୍ଟ କରାଯାଇଛି । ଅନ୍ୟଦିନ ଅପେକ୍ଷା ଗତକାଲି ସର୍ବାଧିକ ୩ହଜାର ୫୩୫ଟି ସାମ୍ପଲ୍ ପରୀକ୍ଷା ହୋଇଥିବା ସୂଚନା ମିଳିଛି।  ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୪୪ ହଜାର ୬୬୩ଟି ସାମ୍ପଲ୍ ଟେଷ୍ଟ ହୋଇସାରିଛି । ଏଥିମଧ୍ୟରୁ ଆକ୍ଟିଭ କେସ୍ ୧୦୯ଟି ଥିବା ବେଳେ ସୁସ୍ଥ ହୋଇଛନ୍ତି ୬୦ଜଣ ଏବଂ ଜଣଙ୍କର ମୃତ୍ୟୁ ଘଟିଛି।

ଆହୁରି ପଢ଼ନ୍ତୁ

‘ମୃତକଙ୍କ ହେବନି କୋଭିଡ୍-୧୯‌ ଟେଷ୍ଟ୍‌’

OJEE 2020: ଆଜି ଅନ୍‌ଲାଇନ୍‌ ଆବେଦନର ଶେଷ ତାରିଖ

ଗୁପ୍‌ଚୁପ୍ ଖାଉଥିବା ବେଳେ ତଣ୍ଟିରେ ଲାଗିଗଲା ଗୁପ୍‌ଚୁପ୍, ଚାଲିଗଲା ଜୀବନ

ବଦଳିବ ଭୁବନେଶ୍ୱର ମାନଚିତ୍ରର ରୂପରେଖ, ୩ଟି ଜୋନକୁ ନେଇ ହେବ ଐତିହ୍ୟ ଜିଲ୍ଲା

ଭୁବନେଶ୍ୱର ନାବାଳିକା ନିର୍ଯାତନା ଅଭିଯୋଗ ମାମଲାରେ ବାଟବଣା ହେଉଛି କି ତଦନ୍ତ?

ରାଜ୍ୟର ସବୁ କୋଭିଡ୍‌ ହସ୍ପିଟାଲରେ ହେଲ୍‌ପ ଡେସ୍କ ବାଧ୍ୟତାମୂଳକ

ଦିନକରେ ୩୮୩୪ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

କରୋନା ଆକ୍ରାନ୍ତ ଗର୍ଭବତୀ କେମିତି ନେବେ ଯତ୍ନ? ପରାମର୍ଶ ଦେଲେ ବିଶେଷଜ୍ଞ

ନିଜ କର୍ମଚାରୀଙ୍କୁ ଚିହ୍ନଟ କରିପାରୁନି କି ପୋଲିସ?

ପୁଣିଥରେ ମହିଳା କମିଶନଙ୍କ ନିକଟରେ ହାଜର ହେବା ପାଇଁ ଓଟିଭି ଏମଡିଙ୍କୁ ସମନ

ଭୁବନେଶ୍ୱରରେ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୩୪୫ ପଜିଟିଭ୍ ଚିହ୍ନଟ

ଏଥର କେମିତି ବସିବ ବିଧାନସଭାର ମୌସୁମୀ ଅଧିବେଶନ, ଜାଣନ୍ତୁ

You might also like