ବସ୍‌ରେ ଘରକୁ ଫେରୁଥିବା ଜଣେ ପ୍ରବାସୀ ଓଡ଼ିଆଙ୍କ ମୃତ୍ୟୁ

ଭୁବନେଶ୍ୱର: ବସ୍‌ରେ ଘରକୁ ଫେରୁଥିବା ବେଳେ ଜଣେ ପ୍ରବାସୀ ଓଡ଼ିଆଙ୍କ ମୃତ୍ୟୁ। ମୃତକ ଜଣଙ୍କ ହେଲେ ଗଂଜାମ ଜିଲ୍ଲା ସୁରମଣି ନାରାୟଣପୁରର ପ୍ରକାଶ ଗୌଡ଼। ଚଳନ୍ତା ବସ୍ ରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଛତିଶଗଡ଼ ପୋଲିସ ବସ୍‌କୁ ଅଟକ ରଖିବା ସହ ଶବ ବ୍ୟବଚ୍ଛେଦ କରିଥିବା ସୂଚନା ମିଳିଛି। ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନି।

ସୂଚନା ମୁତାବକ, ଗୁରୁବାର ଦିନ ଏକ ବସ୍ ଯୋଗେ ସୁରଟରୁ ଏକ ବସ୍ ରେ ୫୬ଜଣ ପ୍ରବାସୀ ଓଡ଼ିଆ ଗଂଜାମ ଜିଲ୍ଲାକୁ ଫେରୁଥିଲେ। ସେମାନଙ୍କ ମଧ୍ୟରେ ପ୍ରକାଶ ବି ଥିଲେ। ତେବେ ଛତିଶଗଡ଼ ରାୟପୁର ନିକଟରେ ତାଙ୍କ ଦେହ ଅସୁସ୍ଥ ଲାଗିଥିଲା। ଏବଂ ଚଳନ୍ତା ବସରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

You might also like