ପୁଣି ମାଓ ଏନ୍‌କାଉଣ୍ଟର: ମାଓବାଦୀ ନିହତ

କନ୍ଧମାଳ: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଶିର୍ଲା ଜଙ୍ଗଲରେ ପୁଣି ମାଓ ଏନ୍‌କାଉଣ୍ଟର। ଗତକାଲି ସାରେ ଲାଲ୍‌ବାହିନୀ ଏବଂ ସୁରକ୍ଷାବଳଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ପୁଣି ଜଣେ ମାଓବାଦୀ ନିହତ ହୋଇଥିବା ଜଣାପଡ଼ିଛି। ଜଙ୍ଗଲରେ ସୁରକ୍ଷାବାହିନୀର  କମ୍ବିଂ ଅପରେସନ୍ ବେଳେ ଏହି ଏନ୍‌କାଉଣ୍ଟର ହୋଇଥିଲା ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏନ୍‌କାଉଣ୍ଟର ପରେ ଘଟଣାସ୍ଥଳରୁ ୨ଟି ଅସ୍ତ୍ରଶସ୍ତ୍ର ସହ ବିପୁଳ ମାଓ ସାମଗ୍ରୀ ଜବତ ହୋଇଛି।

ସେପଟେ ଗତ ୫ ତାରିଖ ଦିନ ଏନକାଉଣ୍ଟରରେ ପ୍ରାଣ ହରାଇଥିବା ୪ ମାଓବାଦୀଙ୍କ ମଧ୍ୟରୁ ୩ ଜଣଙ୍କ ପରିଚୟ ସ୍ପଷ୍ଟ ହୋଇଛି। ମୃତ ମାଓବାଦୀଙ୍କ ମଧ୍ୟରୁ ଜଣେ ହେଲା ମାଓବାଦୀ ଷ୍ଟେଟ କମିଟି ସଦସ୍ୟ ଶୁକ୍ରୁ ଆଉ ୨ ଜଣ ଏରିଆ କମିଟି ସଦସ୍ୟ ହେଲେ ଇତେଶ ଓ ରୀନା ତେବେ ଅନ୍ୟ ମୃତ ମାଓବାଦୀଙ୍କ ପରିଚୟ  ଏଯାଏ ମିଳିପାରିନି।

You might also like