ସରପଞ୍ଚ ଗଣିବେ ଲକ୍ଷେ ଟଙ୍କା ଫାଇନ୍
ବରଗଡ଼: କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ବରଗଡ଼ ଜିଲ୍ଲା ଗାଇସିଲଟ ବ୍ଲକ ବିଡିଓ ରଞ୍ଜନ ସା ସ୍ଥାନୀୟ ସରପଞ୍ଚ ମାଲବ ସାହୁଙ୍କୁ ୧ ଲକ୍ଷ ଟଙ୍କା ଜରିମାନା କରିଛନ୍ତି।
କିରାସିନି ଘୋଟାଲା ଅଭିଯୋଗରେ ସରପଞ୍ଚ ମାଲବ ସାହୁ ପ୍ରାୟ ଦେଢଶହ ଗ୍ରାମବାସୀଙ୍କୁ ନେଇ ବିଡିଓଙ୍କ କାର୍ଯ୍ୟାଳୟକୁ ଯାଇ ପ୍ରତିବାଦ କରିଥିଲେ। ଏହି ଘଟଣାରେ କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ଗାଇସିଲଟ ବିଡିଓ, ସରପଞ୍ଚଙ୍କୁ ଏହି ଅର୍ଥଦଣ୍ଡ କରିଛନ୍ତି।
୧ ଲକ୍ଷ ଟଙ୍କା ଜରିମାନା ୩ ଦିନ ମଧ୍ୟରେ ବ୍ଲକ କାର୍ଯ୍ୟାଳୟରେ ଡିପୋଜିଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ନଚେତ୍ କୋଭିଡ୍ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।