‘ମହିଳା ମାଓବାଦୀଙ୍କୁ ଦିଆଯାଉଛି ନିର୍ଯାତନା’

ମାଲକାନଗିରି: ଭୁଶୁଡୁଛି ଲାଲ ଦୁର୍ଗ। ମାଲକାନଗିରି ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କଲେ ମହିଳା ମାଓବାଦୀ। ଆନ୍ଧ୍ର ଓଡ଼ିଶା ବର୍ଡର କମିଟିର ପାର୍ଟି ସଦସ୍ୟ ନଛି ଖରା ଆଜି ଆତ୍ମସମର୍ପଣ କରିଛି।  ସ୍ୱାଭିମାନ ଅଞ୍ଚଳ ମୁକୁଟିପାଲିର ମହିଳା ମାଓବାଦୀ ୨ ବର୍ଷ ହେଲା ବିଭିନ୍ନ ମାଓ ହିଂସାରେ ସାମିଲ ଥିବା ପୋଲିସ୍ ସୂଚନା ଦେଇଛି। ମହିଳା ମାଓବାଦୀଙ୍କୁ ନିର୍ଯାତନା ଦିଆଯାଉଥିବାରୁ ସେ ମାଓ ସଙ୍ଗଠନ ଛାଡିଥିବା କହିଛନ୍ତି।

ଏମିତି ଲୋକଙ୍କୁ ହତ୍ୟା ଧମକ ଦେଇ ଜୋର ଜବରଦସ୍ତ ମାଓ ସଙ୍ଗଠନରେ ସାମିଲ କରାଯାଉଥିବା ଆତ୍ମସମର୍ପଣ କରିଥିବା ଲାଛି କହିଛନ୍ତି। ସେପଟେ ମାଓ ସଙ୍ଗଠନରେ ସାମିଲ ଥିବା ସ୍ଥାନୀୟ ଲୋକଙ୍କୁ ମୁଖ୍ୟସ୍ରୋତକୁ ଫେରିଆସିବାକୁ ଆହ୍ୱାନ ଦେଇଛନ୍ତି ମାଲକାନଗିରି ଏସ୍ପି ରିଷିକେଶ ଦୟାନନ୍ଦ ଖିଲାରୀ। ଆତ୍ମସମର୍ପଣକାରୀ ମାଓବାଦୀଙ୍କୁ ଥଇଥାନ ପାଇଁ ସବୁ ପ୍ରକାର ସୁବିଧା ସହଯୋଗ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।

ଗତ ଗୋଟିଏ ବର୍ଷ ତଳେ ଲାଛି ଖରା ନାମକ ଜଣେ ମହିଳା ଆନ୍ଧ୍ର ଓଡ଼ିଶା ବର୍ଡର କମିଟିରେ ପାର୍ଟି ସଦସ୍ୟ ଭାବେ ଯୋଗ ଦେଇଥିଲେ। ସ୍ୱାଭିମାନ ଅଞ୍ଚଳ ମୁକୁଟିପାଲିର ମହିଳା ମାଓବାଦୀ ୨ ବର୍ଷ ହେଲା ବିଭିନ୍ନ ମାଓ ହିଂସାରେ ସାମିଲ ଥିଲେ। ତେବେ ପାର୍ଟି ଯୋଗ ଦେବା ପରେ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଉଥିଲା। ସେ ଅନେକ ଦିନ ଆଗରୁ ଆତ୍ମସମର୍ପଣ କରିବାକୁ ନିଷ୍ପତ୍ତି ନେଇସାରିଥିଲେ। 
-ରିଷିକେଶ ଦୟାନନ୍ଦ ଖିଲାରୀ, ମାଲକାନଗିରି ଏସ୍‌ପି
ସେ କେବଳ ମୋତେ ନୁହଁନ୍ତି, ଝିଅମାନଙ୍କୁ ଅଧିକ ନିର୍ଯାତନା ଦେଉଛନ୍ତି। ଯଦି ମୁଁ ପାର୍ଟି ଛାଡ଼ିବା କଥା କହେ, ତେବେ ସେମାନେ ମୋ ପରିବାର ଲୋକଙ୍କୁ ମାରିଦେବା ପାଇଁ ଧମକ ଦିଅନ୍ତି। ଏପରିକି ଘରକୁ ଯିବାକୁ କହିଲେ ସେମାନେ ମାରପିଟ୍ କରନ୍ତି। 
-ନଛି ଖରା, ଆତ୍ମସମର୍ପଣ କରିଥିବା ମହିଳା ମାଓବାଦୀ

ଗତ ଜାନୁଆରୀ ୪ରେ ବିଶାଖାପାଟଣା ଗ୍ରାମାଞ୍ଚଳ ପୋଲିସ ନିକଟରେ ଜଣେ ମୋଷ୍ଟ ୱାଣ୍ଟେଡ୍‌ ମହିଳା ମାଓବାଦୀଙ୍କ ସହ ୪ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିଲେ। ଏହି ସମସ୍ତ ମାଓବାଦୀ ପେଦାବାୟାଳୁ ଏରିଆ କମିଟି ମାଓ ଦଳରେ ସକ୍ରିୟ ଥିଲେ। ଆତ୍ମସମର୍ପଣ କରିଥିବା ମୋଷ୍ଟ ୱାଣ୍ଟେଡ ମହିଳା ମାଓବାଦୀ ଜଣକ ହେଲେ କେ. ସୀତା ଓରଫ  ସ୍ୱର୍ଣ୍ଣା  ଓରଫ ଷୈଲୁ।

୨୫ବର୍ଷୀୟ ସ୍ୱର୍ଣ୍ଣା ବିଶାଖାପାଟଣା ଜିଲାର ପେଦାବାୟାଳୁ ପଂଚାୟତର ଜମିଗୁଡା ବାସିନ୍ଦ।  ସେ ଗତ ୨୦୧୦ ମସିହାଠାରୁ ମାଓ ଦଳରେ ସକ୍ରିୟ ଥିଲା।  ସେ କନ୍ଧ ଜାତିର ହୋଇଥିବାରୁ ଆନ୍ଧ୍ର ଓଡିଶା ସୀମାନ୍ତ ଅଂଚଳର ଆଭ୍ୟନ୍ତରଣ ଇଲାକାରେ ରହିଥିବା ଅଂଚଳ ସହ ଭଲ ରୂପେ ପରିଚିତ ଥିବାରୁ ମାଓବାଦୀ ମାନେ ପ୍ରଥମେ ଗାଲୀକୋଣ୍ଡା, ପରେ କୋରୁକୋଣ୍ଡା, ପେଦାବାୟାଳୁ, ମାଛକୁଣ୍ଡ ଏରିଆ କମିଟି ଭଳି ବହୁ ଦଳରେ ସେ ସକ୍ରିୟ ଥିଲେ।

ପେଦାବାୟାଳୁ ମାଓ ଦଳରେ ଏରିଆ କମିଟି ମେମ୍ବର ରୂପେ କାର୍ଯ୍ୟରତ ଥିଲେ ସ୍ୱର୍ଣ୍ଣା। ତାଙ୍କ ନାମରେ ଆନ୍ଧ୍ର ଓ ଓଡିଶା ରାଜ୍ୟର ବିଭିନ୍ନ ପୋଲିସ ଥାନାରେ ୯ ଟି ହତ୍ୟା ମାମଲା, ଗୋଟିଏ ଲ୍ୟାଣ୍ଡମାଇନ ବିସ୍ଫୋରଣ, ୬ ଟି ପୋଲିସ ମାଓବାଦୀ ଗୁଳି ବିନିମୟ, ୨ଟି ପୋଲିସ ଅସ୍ତ୍ରଶସ୍ତ୍ର ଚୋରି, ଗୋଟିଏ ବିଏସଏନଲ ମୋବାଇଲ ଟାୱାର ବିସ୍ଫୋରଣ, ଗୋଟିଏ ଚୋରି ଏବଂ ଆନ୍ଧ୍ର ଓଡିଶାର ବହୁ ଜାଗାରେ ପ୍ରଜା କୋର୍ଟ କରି ନିରୀହ ଆଦିବାସୀଙ୍କୁ ହତ୍ୟା ଭଳି ବହୁ ମାମଲା ରହିଛି। ଆନ୍ଧ୍ରପ୍ରଦେଶ ପୋଲିସ ପକ୍ଷରୁ ସ୍ୱର୍ଣ୍ଣା ନାମରେ ୪ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା।

ଦିନକୁ ଦିନ ପୋଲିସ ପକ୍ଷରୁ କମ୍ବିଂ ଅପରେସନ ବୃଦ୍ଧି କରାଯାଉଥିବାରୁ ତଥା ନିଜ ପରିବାର ସଦସ୍ୟଙ୍କ ପକ୍ଷରୁ ମାଓ ଦଳ ଛାଡିବା ପାଇଁ ବାଧ୍ୟ କରାଯିବା, ମାଓବାଦୀମାନେ ଇନଫର୍ମର ନାମରେ ନିରୀହ ଆଦିବାଦୀଙ୍କୁ ହତ୍ୟା କରିବା ଓ ମାଓବାଦୀ କୀଟ ବୋହି ବୋହି ଛାତି ଓ ପିଠିରେ ଯନ୍ତ୍ରଣା ଏବଂ ମାନସିକ ଶାନ୍ତି ନଥବାରୁ ମାଓଦଳ ଛାଡିଥିବା ସେମାନେ ପ୍ରକାଶ କରିଥିଲେ।

ଚଳିତ ବର୍ଷ ମାଓ ମୁକାବିଲା କ୍ଷେତ୍ରରେ ପୋଲିସକୁ ସଫଳତା ମିଳିଛି। ମାଓ ମୁକାବିଲା ନେଇ ପୋଲିସ ଡିଜି ଅଭୟ କହିଥିଲେ ଯେ ମୁଖ୍ୟସ୍ରୋତକୁ ଆସନ୍ତୁ, ଉନ୍ନୟନ କାମରେ ବାଧା ସୃଷ୍ଟି କରନ୍ତୁନି। ଓଡ଼ିଶାରେ ନକ୍ସଲ ପ୍ରଭାବ ପୂର୍ବ ଅପେକ୍ଷା ବହୁ ପରିମାଣରେ କମିଛି। ମୋଟ ନକ୍ସଲଙ୍କ ମଧ୍ୟରୁ ଓଡ଼ିଶାରେ ଏବେ ମାତ୍ର ୧୦% ରହିଛନ୍ତି। ବନ୍ଧୁକ ଛାଡ଼ି ମୁଖ୍ୟ ସ୍ରୋତକୁ ଆସନ୍ତୁ।

You might also like