ଗୋରୁ ବୋଝେଇ ପିକ୍ଅପ୍ ଭ୍ୟାନ୍‌ ଓଲଟି ଜଣେ ମୃତ

ଖୋର୍ଦ୍ଧା: ଓଲଟି ପଡ଼ିଲା ଗୋରୁ ବୋଝେଇ ପିକ୍ଅପ୍ ଭ୍ୟାନ୍‌। ଖୋର୍ଦ୍ଧା ଜିଲ୍ଲା ପାଇକ ତିଗିରିଆ ସ୍ଥିତ ଆରଆଇ ଅଫିସ୍‌ ନିକଟରେ ଏକ ଗୋରୁ ବୋଝେଇ ପିକ୍ଅପ୍ ଭ୍ୟାନ୍‌ ଓଲଟି ପଡ଼ିବା ଫଳରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ।

ଭ୍ୟାନରେ ଥିବା ୨ଟି ଗୋରୁଙ୍କର ମଧ୍ୟ ମୃତ୍ୟୁ ଘଟିଛି।

ପିକ୍‌ଅପ୍ ଭ୍ୟାନ୍‌ରେ ଗୋରୁ ଚାଲାଣ ହେଉଥିବା ସନ୍ଦେହ କରି ଲୋକେ ଏହାକୁ ପିଛା କରିଥିଲେ। ଭୟରେ ଡ୍ରାଇଭର ଦ୍ରୁତ ଗତିରେ ଯାଉଥିବାବେଳେ ଭାରସାମ୍ୟ ହରାଇ ଗାଡ଼ିଟି ଓଲଟି ପଡ଼ିଥିବା ସୂଚନା ମିଳିଛି।

 

You might also like