• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ବରଗଡ଼/ବାଲିଗୁଡ଼ା(ଦୀପକ ଶର୍ମା/ଅଜିତ ନାୟକ): ରାଜ୍ୟ ୨ଟି ସ୍ଥାନରେ ଦୁର୍ଘଟଣା ଘଟି ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆହତ ହୋଇଛନ୍ତି। ବରଗଡ଼ ଓ କନ୍ଧମାଳ ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି।

ବ୍ରିଜ୍‌ରୁ ତଳକୁ ଅଟୋ ଖସି ପଡ଼ିବା ଯୋଗୁ ୨ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ବରଗଡ଼ ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ସର୍ନାପାଲିରେ ଏହି ଦୁର୍ଘଟଣା ଘଟିଛି। ମୃତକ ଦ୍ୱୟ ହେଲେ ବରଗଡ଼ ସଦର ଥାନା ରୁକିଆ ଗାଁର ଯଦୁମଣି ମିରିକ ଓ ଘନଶ୍ୟାମ ମେହର। ଆହତଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

ପଢନ୍ତୁ: ୧୧ ଜିଲ୍ଲାରେ ବର୍ଷା ସମ୍ଭାବନା, ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ଚିଠି

ଗତକାଲି ବିଜେପୁରର ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ରୁକିଆ ଗାଁର ବହୁ ବ୍ୟକ୍ତି ଯାଇଥିଲେ। ବିବାହ ଭୋଜିରେ ଯୋଗଦେଇ ବିଳମ୍ବିତ ରାତିରେ ଏକ ଅଟୋରେ ପ୍ରାୟ ୧୩ରୁ ଊର୍ଦ୍ଧ୍ୱ ଘରକୁ ଫେରୁଥିଲେ। ଏହି ସମୟରେ ସର୍ନାପାଲି ବ୍ରିଜ୍‌ ଉପରେ ହଠାତ୍‌ ଭାରସାମ୍ୟ ହରାଇ ଅଟୋଟି ବ୍ରିଜ୍‌ ଉପରୁ ତଳକୁ ଖସି ପଡ଼ିଥିଲା। ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ ପୁଲିସ୍‌ ଓ ଦମକଳ ବାହିନୀ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲ୍‌ରେ ଭର୍ତ୍ତି କରିଛନ୍ତି।

ସେହିପରି ଘର ଉପରକୁ ଚଳନ୍ତା କାର୍‌ ମାଡ଼ି ଯିବାରୁ ଜଣଙ୍କର ମୃତ୍ୟୁ ଘଟିଛି। କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ଲଣ୍ଡା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ମାଖନ ଦଣ୍ଡିଆ। ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ କାର୍‌ରେ ବସିଥିବା ଜଣେ ବ୍ୟକ୍ତିଙ୍କୁ ଗାଁ ଲୋକେ ଅଟକ ରଖିଛନ୍ତି।

ସୂଚନା ଅନୁସାରେ,ଗତକାଲି ରାତିରେ କାର୍‌ଟି କଣ୍ଟାମାଳ ଅଭିମୁଖେ ଯାଉଥିବା ସମୟରେ ହଠାତ୍‌ ମାଖନ ଦଣ୍ଡିଆଙ୍କ ଘର ଉପରକୁ ମାଡି ଯାଇଥିଲା। ଏହି ସମୟରେ ଘର ପିଣ୍ଡାରେ ମାଖନ ଛିଡ଼ା ହୋଇଥିଲେ। ଫଳରେ କାର୍‌ ମାଡ଼ି ଯିବାରୁ ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି।

https://youtu.be/eBn_uBVFLp8

ଦୁର୍ଘଟଣା ସମୟରେ କାର୍‌ରେ ୪ରୁ ୫ ଜଣ ଥିବା ଅନୁମାନ କରାଯାଉଛି। ଗାଁ ଲୋକେ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ପ୍ରାୟ ୪ ଜଣ ଫେରାର ହୋଇଯାଇଥିବା ବେଳେ ଜଣଙ୍କୁ କାବୁ କରିଛନ୍ତି ଗାଁ ଲୋକ। ପୋଲିସ ପହଞ୍ଚି ନ ଥିବା ଯୋଗୁ ଗାଁ ଲୋକେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗୋଟିଏ ଘରେ ବନ୍ଦ କରି ରଖିଛନ୍ତି ।

One-killed-as-car-rams-into-a-house
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories