ଦୁର୍ଘଟଣାରେ ଜଣେ ମୃତ, ୨ ଗୁରୁତର

ବାରିପଦା(ମାଣିକଲାଲ୍‌ ପାଣି): ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ବଜାର ନିକଟରେ ଏକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ପୋଲିସ ଆହତଙ୍କୁ ଉଦ୍ଧାର କରି ମେଡିକାଲ୍‌ରେ ଭର୍ତ୍ତି କରିଛି। ମୃତାହତଙ୍କ ଘର ବୈଶିଙ୍ଗା ଅଞ୍ଚଳରେ ବୋଲି ଜଣାପଡ଼ିଛି।

ଗତକାଲି ରାତିରେ ବାଲେଶ୍ୱର ପଟୁ ତିନି ଜଣ ଯୁବକ ସ୍କୁଟିରେ ବୈଶିଙ୍ଗା ଯାଉଥିବା ବେଳେ ପାଟ୍ରୋଲିଂ କରୁଥିବା ପୁଲିସ୍‌ ଦେଖିଥିଲେ। ତେବେ ଆଜି ଭୋର ସମୟରେ ସେମାନେ ରାସ୍ତା କଡ଼ରେ ଦୁର୍ଘଟଣାଗ୍ରସ୍ତ ହୋଇ ପଡ଼ିଥିବା ଦେଖି ପୁଲିସ୍‌ ୨ ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଘଟଣା ସ୍ଥଳରେ ଅନ୍ୟଜଣଙ୍କ ମୃତ୍ୟୁ ହୋଇଛି। ଏମାନେ ସମସ୍ତେ ନୂଆ ସ୍କୁଟି ଧରି କୁଆଡ଼େ ଯାଉଥିଲେ ତାହା ଜଣାପଡ଼ି ନାହିଁ।

You might also like