ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ; ଜଣେ ମୃତ,୪ ଆହତ

ଜଗତସିଂହପୁର: ଜଗତସିଂହପୁର ଏରସମା ଥାନା ଅନ୍ତର୍ଗତ ବାଲିଆକଣି ଗାଁରେ ୨ ପରିବାର ଭିତରେ ଗଣ୍ଡଗୋଳ ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ଜଣ ଆହତ ହୋଇଛନ୍ତି।  ମୃତକ ହେଲେ ରବିନ୍ଦ୍ର ସ୍ୱାଇଁ।

ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ଗାଁର ରବିନ୍ଦ୍ର ସ୍ୱାଇଁ ଏବଂ ଗୁନ ନାଏକଙ୍କ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ରବିନ୍ଦ୍ର ଓ ଗୁନ ନାଏକଙ୍କ ପରିବାର ମଧ୍ୟରେ ପୂର୍ବରୁ ଜମିବାଡ଼ି ବିବାଦ ଥିବାବେଳେ କାଲି ଛେଳି ପଶିବାକୁ ନେଇ ପାଟିତୁଣ୍ଡ ହୋଇଥିଲା। ବିଳମ୍ବିତ ରାତିରେ ରବିନ୍ଦ୍ର ଗୁନଙ୍କ ଘରକୁ ଯାଇ ପଚାରିବାରୁ ଗୁନର ପୁଅମାନେ ରବିନ୍ଦ୍ରଙ୍କୁ ଆକ୍ରମଣ କରିଥିଲେ।

ଗୁରୁତର ଅବସ୍ଥାରେ ରବିନ୍ଦ୍ରଙ୍କୁ ଏରସମା ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି।

ଅନ୍ୟପକ୍ଷରେ ଏହି ଘଟଣାରେ ପୁଲିସ ୨ଜଣଙ୍କୁ ଅଟକି ରଖି ପଚରାଉଚୁରା କରୁଛି।

ଆହୁରି ପଢ଼ନ୍ତୁ

You might also like