• translate
Odishatv Bureau

ଦୀଘା: ଗୋଟିଏ ମାଛର ଦାମ ୪ ଲକ୍ଷ ଟଙ୍କା। କେଜି ପ୍ରତି ଦାମ ହେଉଛି ୧୬ ହଜାର ଟଙ୍କା। ଏହି ଦାମୀ ମାଛ ମିଳିଛି ପଶ୍ଚିମବଙ୍ଗ ଦୀଘା ମୁହାଣରେ। ମାଛର ନାଁ ହେଲା ତେଲିଆ ଭେକ୍ଟି। ସ୍ଥାନୀୟ ଅଞ୍ଚଳରେ ଏହି ମାଛକୁ ଭେକ୍ଟି ବୋଲି କୁହାଯାଏ।

ଆଜି ଦୀଘା ମୁହାଣରେ ୨୭ କେଜିର ଏକ ଭେକ୍ଟି ମାଛ ଧୀବରମାନେ ଧରିଥିଲେ। ନିଲାମ କେନ୍ଦ୍ରରେ ARM ନାମକ ଏକ କମ୍ପାନି ତାକୁ ୪ ଲକ୍ଷ ଟଙ୍କାରେ କିଣିଥିବା ଜଣାପଡ଼ିଛି।

ଏହି ବିରଳ ଓ ଦାମୀ ମାଛ ଦେଖିବାକୁ ଏକ ପ୍ରକାର ଭିଡ଼ ହୋଇଥିଲା। ମତ୍ସ୍ୟଜୀବୀଙ୍କ କହିବା ଅନୁସାରେ ଏହି ମାଛରୁ ଔଷଧ ତିଆରି ହୋଇଥାଏ। ତେଣୁ ଏହି ମାଛକୁ ଫାର୍ମାସ୍ୟୁଟିକାଲ କମ୍ପାନିମାନେ ଅଧିକ ଦାମ୍ ଦେଇ କିଣିଥାନ୍ତି।

Other Stories