ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଣେ ଯବାନ ମୃତ, ଜଣେ ଆହତ

ମାଲକାନଗିରି( ଜିତେନ୍ଦ୍ର ବେଉରା) : ବିଦ୍ୟୁତ୍‌ ତାର ଲାଗି ଜଣେ ଯବାନଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଆହତ ହୋଇଛନ୍ତି। ମୃତ ଯବାନଙ୍କ ନାଁ ରାହୁଲ କୁମାର ବେହେରା। ଆହତ ହୋଇଥିବା ଯବାନ ହେଲେ ଗଙ୍ଗା ଶବର।

ମାଲକାନଗିରି ଜିଲ୍ଲା ମାଥିଲିରେ ଥିବା ଆଇଆରବି କ୍ୟାମ୍ପରେ ଲାଇଟ୍ ସଜାଡ଼ିବାବେଳେ ଏଭଳି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ସକାଳେ କ୍ୟାମ୍ପ ପାଖରେ ଥିବା ଏକ ଗଛରେ ଲାଇଟ୍ ଲଗାଇବାବେଳେ ରାହୁଲ ୧୧କେଭି ତାରରେ ଲାଗି ଯାଇଥିଲେ।

ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବାବେଳେ ସହଯୋଗ କରୁଥିବା ଗଙ୍ଗା ଶବର ଆହତ ହୋଇଛନ୍ତି। ଗଙ୍ଗାଙ୍କୁ କୋରାପୁଟ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି।

You might also like