କାଲିଠୁ ନଦୀକୁ ଗାଧୋଇବାକୁ ଯାଇ ଯୁବତୀ ନିଖୋଜ, ମିଳୁନି ପତ୍ତା

ସମ୍ବଲପୁର(ସଞ୍ଜୟ ଜେନା): ସମ୍ୱଲପୁର ସ୍ଥିତ ମହାନଦୀର ସଡ଼କଘାଟକୁ ଗତକାଲିଠୁ ଗାଧୋଇବାକୁ ଯାଇଥିବା ୬ ଯୁବତୀଙ୍କ ମଧ୍ୟରୁ ଜଣଙ୍କ ପତ୍ତା ମିଳୁନି।

ଗାଧୋଇବାକୁ ଯାଇଥିବା ବେଳେ ସମସ୍ତେ ଭାସି ଯାଇଥିଲେ। ତେବେ ସେମାନଙ୍କ ମଧ୍ୟରୁ ୫ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେବି ଜଣଙ୍କର ପତ୍ତା ମିଳୁନାହିଁ।

ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ତେବେ ଗତ ସନ୍ଧ୍ୟାରୁ ତାହା ବନ୍ଦ ରହିଥିଲା। ଆଜି ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ମହାନଦୀର ସଡ଼କଘାଟରେ ଗାଧୋଉଥିବା ବେଳେ ଜଣେ ଯୁବତୀଙ୍କ ଗୋଡ ଖସି ଯାଇଥିଲା। ଉକ୍ତ ଯୁବୀତଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କ ସହ ଯାଇଥିବା ଅନ୍ୟ ୫ ଜଣ ଯୁବତୀ ମଧ୍ୟ ଭାସି ଯାଇଥିଲେ। ସେମାନଙ୍କ ମଧ୍ୟରୁ ୫ଜଣଙ୍କୁ ଉଦ୍ଧାର କରଯାଇଥିବା ବେଳେ ଜଣଙ୍କର ପତ୍ତା ମିଳି ପାରୁନି। ଉକ୍ତ ଯୁବତୀମାନଙ୍କ ଘର ସମ୍ବଲପୁରର ଧୋବାପଡ଼ା ଓ ସାହିବଙ୍ଗଳାପଡ଼ାରେ ବୋଲି ଜଣାପଡିଛି।

You might also like