ହାତୀକୁ ଧକ୍କା ଦେଲା ଟ୍ରେନ୍‌

କେନ୍ଦୁଝର: ଦୁର୍ଘଟଣାରେ ପୁଣି ଆଉ ଏକ ହାତୀର ମୃତ୍ୟୁ ଘଟିଛି। କେନ୍ଦୁଝର ସଦର ରେଞ୍ଜ ନରଣପୁର ବିଟ୍ ରାମଚନ୍ଦ୍ରପୁର ନିକଟରେ ଏକ ମାଲ୍‌ବାହୀ ଟ୍ରେନ୍ ଧକ୍କା ଦେବାରୁ ମାଈ ହାତୀଟିର ମୃତ୍ୟୁ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି।

ଟ୍ରେନ୍‌ଟି ଯଖପୁରା ପଟୁ ଯୋଡ଼ା ଅଭିମୁଖେ ଯାଉଥିବା ସମୟରେ ରାମଚନ୍ଦ୍ରପୁର ନିକଟରେ ହାତୀଟିକୁ ଧକ୍କା ଦେଇଥିଲା।

ମିଳିଥିବା ସୂଚନା ଅନୁସାରେ, ଏକ ହାତୀ ପଲ ରେଳ ଧାରଣା ପାର ହେଉଥିଲେ। ହାତୀ ପଲରେ ପ୍ରାୟ ୯ଟି ହାତୀ ଥିଲେ। ଏଥିମଧ୍ୟରୁ ଟ୍ରେନ୍‌ ଧକ୍କାରେ ଏକ ମାଈ ହାତୀର ମୃତ୍ୟୁ ଘଟିଛି। ତେବେ ଅନ୍ୟ ହାତୀମାନେ ଅଳ୍ପକେ ବର୍ତ୍ତିଯାଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।

ଘଟଣାସ୍ଥଳରେ ରେଞ୍ଜର ଓ ଡିଏଫଓ ପହଞ୍ଚିଛନ୍ତି।

 

You might also like