• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

କଟକ: କଟକ ସିଡିଏରେ ୧୩ ଟିକିଆ ହାତୀପଲରୁ ଅଲଗା ହୋଇ ଗୋଟିଏ ହାତୀ ବୁଲୁଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି। ପୂର୍ବରୁ ରାସ୍ତାଘାଟ, ଗାଁ ନିକଟରେ ବିଚରଣ କରୁଥିବା ହାତୀ, ଏବେ ସହରରେ ପଶିବାରୁ ବନବିଭାଗର ବି ଚିନ୍ତା ବଢିଯାଇଛି। ସେପଟେ ହାତୀକୁ ଘଉଡାଇବାକୁ ପୁଲିସ ଓ ବନବିଭାଗ ପକ୍ଷରୁ ଉଦ୍ୟମ ଜାରି ଥିବାବେଳେ ହାତୀ ଚଳପ୍ରଚଳ କରୁଥିବା ଅଞ୍ଚଳରେ ଗାଡ଼ି ଚଳାଚଳ ବନ୍ଦ କରିଦିଆଯାଇଛି।

ଆଜି ଭୋରୁ ଆଠଗଡ଼ପଟୁ ୧୩ଟି ହାତୀ ଥିବା ଏକ ପଲ କଟକ ସିଡିଏ ଅଞ୍ଚଳରେ ପ୍ରବେଶ କରିଥିଲେ। ବୁଲାବୁଲି କରିବା ବେଳେ ଏହି ଦଳରୁ ଏକ ହାତୀ ଅଲଗା ହୋଇଯାଇଥିଲା। ହାତୀଟି ଏବେ ବାଟବଣା ହୋଇ ସିଡିଏ ସେକ୍ଟର-୮ ଓ ୯ ଅଞ୍ଚଳରେ ଥିବା ଫରେଷ୍ଟ ଲ୍ୟାଣ୍ଡରେ ଫସି ରହିଛି। ଫଳରେ ଦିନତମାମ ପୂରା ଅଞ୍ଚଳରେ ଦେଖିବାକୁ ମିଳିଥିଲା ଭୟର ବାତାବରଣ।

ହାତୀ ଲୁଚିଥିବା ସ୍ଥାନରେ ଲୋକଙ୍କ ଯାତାୟତ ଥିବାରୁ ସେମାନଙ୍କୁ ସତର୍କ ରହିବାକୁ ବନବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

ସେପଟେ ହାତୀ ଘଉଡାଇବାକୁ ଦିନ ତମାମ ପୁଲିସ୍ ଏବଂ ବନବିଭାଗ କର୍ମଚାରୀ କସରତ କରିଛନ୍ତି। କୌଣସି ପ୍ରକାର ଅଘଟଣକୁ ନଜରରେ ରଖି ଅଞ୍ଚଳରେ ବିଦ୍ୟୁତ୍‌ ସରବରାହକୁ ବି ବନ୍ଦ ରଖାଯାଇଥିଲା। ତେବେ ହାତୀକୁ ଭୟଭୀତ ନକରିବାକୁ ବନ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଛି।

ପୂର୍ବରୁ ମଧ୍ୟ ଆଠଗଡ଼ ପଟୁ ଏକ ହାତୀପଲ ଧବଳେଶ୍ୱର ବ୍ରିଜ୍ ଦେଇ କଟକ ସିଡିଏ ପର୍ଯ୍ୟନ୍ତ ଚାଲି ଆସିଥିଲେ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଦେଖାଦେଇଥିଲା ଭୟର ବାତାବରଣ।

https://youtu.be/BsbsPgfkk4U

One-elephant-enterd-into-cda-area-in-cuttack
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories