ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ ଡାକ୍ତର ଓ ନର୍ସଙ୍କୁ କରୋନା, ସିଲ୍‌ ହେଲା OT

ପୁରୀ: ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ ଡାକ୍ତର ଓ ନର୍ସ କରୋନା ପଜିଟିଭ୍ ଚିହ୍ନଟ ପରେ ଡାକ୍ତରଖାନାର ଅପରେସନ୍ ଥିଏଟରକୁ (OT) ସିଲ୍‌ କରାଯାଇଛି।

ଅପରେସନ୍ ଥିଏଟର ସିଲ୍‌ ହେବାପରେ ରୋଗୀମାନେ ଡାକ୍ତରଖାନା ବାହାରେ ବସିଥିବା ସୂଚନା ମିଳିଛି। ଏ ନେଇ ରୋଗୀଙ୍କ ସମ୍ପର୍କୀୟ ଚିନ୍ତାରେ ଥିବା ଜଣାପଡ଼ିଛି। OT ସିଲ୍‌ ହେବାର ୨୪ ଘଣ୍ଟା ପରେ ବି ସାନିଟାଇଜ୍ ହୋଇ ନଥିବା ଅଭିଯୋଗ ହୋଇଛି।

You might also like