ଟ୍ରାକ୍ଟର ଓଲଟି ସାନଭାଇ ମୃତ, ବଡ଼ ଭାଇ ଗୁରୁତର

ରାଇରଙ୍ଗପୁର(ରାଜେଶ କୁମାର ଶର୍ମା) : ରାସ୍ତାରେ ଛକି ବସିଥିଲା ମୃତ୍ୟୁ । ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡ଼ିଲା ଟ୍ରାକ୍ଟର । ଦୁର୍ଘଟଣାରେ ସାନଭାଇ ମୃତ, ବଡ଼ ଭାଇ ଗୁରୁତର । ବଡ଼ ଭାଇର ଆଖି ସାମ୍ନାରେ ଜୀବନ ହାରିଲା ସାନ ଭାଇ ।

ସୂଚନା ଅନୁସାରେ ବହଲଦା ଥାନା ଅଂଚଳ ବସିଙ୍ଗି ଗାଁ ନିକଟ ମୁଖ୍ୟ ରାସ୍ତାରେ ଆଜି ଦ୍ରୁତ ଗତିରେ ଆସୁଥିବା ଟ୍ରାକ୍ଟର ହଠାତ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ସେଥିରେ ଚାପି ହୋଇ ଯାଇଥିଲେ ଟ୍ରାକ୍ଟରରେ ବସିଥିବା ବସିଙ୍ଗି କଲୋନୀ ସାହିର ଦୁଇ ଭାଇ । ଆଉ ଏହି ଦୁର୍ଘଟଣାରେ ସାନ ଭାଇ ମୁକୁଲ କରୁଆର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ବଡ଼ ଭାଇ ପଙ୍କଜ କରୁଆକୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ବହଲଦା ଥାନା ପୋଲିସ ଘଟଣାସ୍ଥଳକୁ ଯାଇ ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନାକୁ ପଠାଇ ଦେଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

You might also like