କବରସ୍ଥାନ ନିକଟରେ ବିସ୍ଫୋରଣ, ଜଣେ ମୃତ

କଟକ: ବିସ୍ଫୋରଣରେ ଚାଲିଗଲା ଜଣଙ୍କ ଜୀବନ। କଟକ ଜିଲ୍ଲା ନେମାଳ ଥାନା ଅନ୍ତର୍ଗତ ନାହାଳପୁର ଗାଁ ପାଖ ଏକ ପଡିଆରେ ବିସ୍ଫୋରଣ ଘଟି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ନାହାଳପୁର ଗାଁର ମିର୍ଜା ମୁସ୍ତାଫ ବେଗ। ନାହାଳପୁର କବରସ୍ଥାନ ନିକଟରୁ ହଠାତ୍ ଏକ ବିସ୍ଫୋରଣ ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଚାଲି ଆସିଥିଲେ।

ମିର୍ଜା ମୁସ୍ତାଫଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ନିଶ୍ଚିନ୍ତକୋଇଲି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରୁ କଟକ ବଡ ମେଡିକାଲ ନିଆଯିବା ବେଳେ ବାଟରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

ମୃତ ଯୁବକଙ୍କ ହାତ ପାପୁଲି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ମୁହଁ ଓ ଦେହର ବିଭିନ୍ନ ଜାଗାରେ କ୍ଷତ ଚିହ୍ନ ରହିଛି। ତେବେ କଣ ପାଇଁ ବିସ୍ଫୋରଣ ଘଟି ଏଭଳି ଅଘଟଣ ଘଟିଲା, ତାହା ଜଣାପଡିନାହିଁ।

You might also like