କରୋନାରେ ୩ ନୁହେଁ ଜଣଙ୍କର ହୋଇଛି ମୃତ୍ୟୁ: ଜିଲ୍ଲାପାଳ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଜାହାଡା ପଞ୍ଚାୟତରେ କରୋନାରେ ୩ଜଣ ନୁହେଁ ବରଂ ଜଣଙ୍କର ମୃତ୍ୟୁ ହୋଇଛି। କରୋନାରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଯେଉଁ ଖବର ପ୍ରସାରିତ ହେଉଥିଲା ତାହା ମିଥ୍ୟା ବୋଲି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ।

ପୂର୍ବରୁ ଗଞ୍ଜାମ ଧରାକୋଟ ବ୍ଲକ ଜାହାଡ଼ା ପଞ୍ଚାୟତରେ ୩ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ନେଇ ସ୍ଥାନୀୟ ସରପଞ୍ଚ ସୂଚନା ଦେଇଥିଲେ। ଏଥିସହ ଜାହାଡ଼ା ପଞ୍ଚାୟତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିବାରୁ ଏହାକୁ ସଟଡାଉନ୍ ଘୋଷଣା କରାଯାଇଛି। ପଞ୍ଚାୟତକୁ ୬ ଦିନ ପାଇଁ ସଟଡାଉନ୍ ଘୋଷଣା କରିଛନ୍ତି ସରପଞ୍ଚ।

ଏନେଇ OTVକୁ ସୂଚନା ଦେଇ ଜିଲ୍ଲାପାଳ କହିଛନ୍ତି ଯେ, ଜାହାଡ଼ା ପଞ୍ଚାୟତରେ କରୋନାରେ ଜଣଙ୍କର ମୃତ୍ୟୁ ଘଟିଛି। ସରପଞ୍ଚ ଜାଣିନାହାନ୍ତି, କୋଭିଡ୍ ମୃତ୍ୟୁମାନେ କଣ। ବିଭାଗୀୟ ସୂତ୍ରରୁ ଯାହା ଘୋଷଣା ହେଉଛି, ତାହା ହିଁ ଠିକ୍। ଅନ୍ୟ ୨ ଜଣଙ୍କ ମୃତ୍ୟୁ ଅନ୍ୟ କିଛି କାରଣରୁ ହୋଇଥାଇପାରେ। ସରପଞ୍ଚମାନଙ୍କୁ ଜଣାଉଛୁ, ସ୍ପଷ୍ଟ ହେଲା ପରେ କିଛି କହନ୍ତୁ। ଏ ନେଇ ସରପଞ୍ଚମାନଙ୍କ ସହ ଆଲୋଚନା କରିବୁ ବୋଲି ଜିଲ୍ଲାପାଳ କହିଛନ୍ତି।

ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୯୫ରେ ପହଞ୍ଚିଥିବା ବେଳେ ଆଖି ବୁଜି ସାରିଲେଣି ୯ ଜଣ। ଦିନକୁ ଦିନ ପରିସ୍ଥିତି ବିଗୁଡ଼ୁଥିବାରୁ ବ୍ରହ୍ମପୁର ସହରକୁ  ଆଜିଠୁ ୪ ଦିନ ପାଇଁ ସଟଡାଉନ୍‌ ଘୋଷଣା କରିଛନ୍ତି ଜିଲ୍ଲାପାଳ।

ଆହୁରି ପଢ଼ନ୍ତୁ

କଟକରୁ ୩୮ କରୋନା ଆକ୍ରାନ୍ତ ଚିହ୍ନଟ; ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ ଲିଙ୍କ୍

ବିଏମ୍‌ସି ଅଞ୍ଚଳରେ ସମାବେଶ ଉପରେ କଟକଣା

ସମ୍ପନ୍ନ ହେଲା ନୀଳାଦ୍ରି ବିଜେ: ନୀଳକନ୍ଦରକୁ ବାହୁଡ଼ିଗଲେ ଚତୁର୍ଦ୍ଧାମୂରତି

ବାହାଘରରେ କରୋନା କଟକଣା ଉଲ୍ଲଙ୍ଘନ: ହୋଟେଲ୍ ସିଲ୍‌, ୫ ଗିରଫ

କିଡନୀ ରୋଗ ବୃଦ୍ଧିକୁ ନେଇ ଅନୁଗୋଳ ଜିଲ୍ଲାରେ ଆତଙ୍କ

ପଜିଟିଭ୍‌ରେ ରେକର୍ଡ ଭାଙ୍ଗୁଛି ଗଞ୍ଜାମ, ମୃତ୍ୟୁରେ ବି ନମ୍ବର ଓ୍ୱାନ୍

ଖଣ୍ଡଗିରି, ଉଦୟଗିରି ଓ ଧଉଳି ସହିତ ୬ରେ ଖୋଲିବ ଓଡ଼ିଶାର କିଛି ଦର୍ଶନୀୟ ସ୍ଥାନ

ଆଜି ୨୨୯ କରୋନା ଆକ୍ରାନ୍ତ ସୁସ୍ଥ; ଗଂଜାମରୁ ସର୍ବାଧିକ

କେନ୍ ଭିତରେ ମୁଣ୍ଡ ଫସି ଛଟପଟ ହେଉଥିଲା ନାଗ; ଟିଣକୁ କାଟିବା ପରେ…

ବାହାଘର ଖୁସିରେ ଭୁଲିଗଲେ ନିୟମ; ଫାଇନ୍‌ ସହ ଥାନାରେ ମାମଲା

୧୪ ଜିଲ୍ଲାବାସୀଙ୍କ ପାଇଁ କଟକଣା, ରାଉରକେଲା ଆସିଲେ ଆଗେ କ୍ୱାରେଣ୍ଟିନ ଯିବ

କରୋନାର କରାଳ ରୂପ: ୪ ଦିନରେ ୯ ମୃତ, ୧୫୩୬ ଆକ୍ରାନ୍ତ

You might also like