ଏକା ସାଙ୍ଗରେ ବିଷ ପିଇଦେଲେ ବାପା, ମା’ ଓ ପୁଅ

ସମ୍ବଲପୁର: ପାରିବାରିକ କଳହର  ପରିଣତି କେତେ କରୁଣ ହୋଇପାରେ ତାହା ଦେଖିବାକୁ ମିଳିଛି ସମ୍ବଲପୁର କତରଗା ଥାନା ଲଏଡ଼ା ରୁକୁଡ଼ିହ ଗାଁରେ। ସାମାନ୍ୟ ମତାନ୍ତରକୁ ନେଇ ଗୋଟିଏ ପରିବାରର ୩ଜଣ ଏକସାଥିରେ ବିଷ ପିଇ ଦେଇଛନ୍ତି। ଫଳରେ ଜଣଙ୍କର  ମୃତ୍ୟୁ ଘଟିଥିବାବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଲଏଡା-ରୁକିଡିହି ଗାଁ ସୁବେର ମହାନନ୍ଦିଆ କାମଦାମ କରି ପରିପାର ଚଳାନ୍ତି। ଆଜି କୌଣସି କଥାକୁ ନେଇ ପତ୍ନୀ ବୈଦେହୀ ଓ ପୁଅ ସୁଶାନ୍ତଙ୍କ ସହିତ ତାଙ୍କର ପାଟିତୁଣ୍ଡ ହୋଇଥିଲା। ପରେ ସମସ୍ତେ କୀଟନାଶକ ପିଇଦେଇଥିଲେ।

ପଡୋଶୀମାନେ ସେମାନଙ୍କୁ ଉଦ୍ଧାର କରି ବୁର୍ଲା ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବୈଦେହୀ ମହାନନ୍ଦିଆଙ୍କ ମୃତ୍ୟୁ ଘଟିଥିଲା। ଏବେ ମଧ୍ୟ ସୁବେର ଓ ପୁଅ ସୁଶାନ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ତେବେ ସେମାନେ କାହିଁକି ବିଷ ପିଇଲେ? ତାହାର ପ୍ରକୃତ କାରଣ ଜଣାପଡ଼ି ନଥିଲେ ହେଁ ପାରିବାରିକ କଳହରୁ ବିଷ ପିଇଥିବା ଅଭିଯୋଗ ହେଉଛି।

You might also like