ଟିକ୍‌ଟକ୍‌ ଭିଡିଓ କରୁଥିଲେ, ପିଟିଦେଲା ଟ୍ରକ୍

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ଜୀବନ ନେଲା ଟିକଟକ୍ ନିଶା। ନିମିଷକ ମଧ୍ୟରେ ଉଭାନ ହୋଇଗଲା ସବୁ ଖୁସି ଓ ସବୁ ଉନ୍ମାଦନା। ଗାଡ଼ି ଚଳାଇବା ବେଳେ ମୋବାଇଲର ବ୍ୟବହାର ଯେ ପ୍ରାଣଘାତି, ତାର ନିଚ୍ଛକ ଉଦାହରଣ ପୁଣି ସାମ୍ନାକୁ ଆସିଛି। ଏପରି ଅଭିଯୋଗ ବ୍ରହ୍ମପୁର ଅଞ୍ଚଳରୁ ଆସିଛି।

ଗୋଳନ୍ଥରାର ଶିବଶଙ୍କର ସାହୁ ଓ ତାଙ୍କ ଶାଳକ ଶିବ ପାତ୍ର ଗତକାଲି ମାଆ ତାରାତାରିଣୀଙ୍କୁ ଦର୍ଶନ କରିବାକୁ ଯାଇଥିଲେ। ମାଆଙ୍କୁ ଦର୍ଶନ କରି ଫେରିବା ରାସ୍ତାରେ ସେମାନେ ଟିକ୍‌ଟକ୍‌ ଭିଡିଓ କରିଥିଲେ। ତେବେ ଖଜୁରିଆ ବ୍ରିଜ୍‌ ନିକଟରେ ଉଭୟ ଶଳା ଓ ଭିଣୋଇ ଗାଡ଼ି ଚଳାଉଥିବା ବେଳେ ସେଲ୍‌ଫି ନେଉଥିଲେ। ଏହି ସମୟରେ ଏକ ଦ୍ରୁତଗାମୀ ଟ୍ରକ୍‌ ସେମାନଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା। ଫଳରେ ଉଭୟ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ସେଠାରେ ଭିଣୋଇ ଶିବଶଙ୍କରଙ୍କୁ ମୃତ ଘୋଷଣା କରିଥିବା ବେଳେ ଶାଳକ ଶିବ ପାତ୍ରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି।
You might also like