ବାଇକ୍‌କୁ ଧକ୍କା ଦେଇ କିଛିବାଟ ଟାଣିନେଲା ଟ୍ରକ୍; ଚାଲିଗଲା ବାଇକ୍‌ଚାଳକଙ୍କ ଜୀବନ

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ଦେବଗଡ଼ ଦେଇ ଯାଇଥିବା ୫୩ ନମ୍ୱର ଜାତୀୟ ରାଜପଥରେ ବାଇକ୍‌କୁ ପିଟିଲା ଟ୍ରକ୍‌।  ଦୁଇଟି ଗାଡ଼ି ମଧ୍ୟରେ ଧକ୍କା ହେବାରୁ ହଠାତ୍‌ ଗାଡ଼ିରେ ନିଆଁ ଲାଗି ହୁତ୍‌ ହୁତ୍‌ ହୋଇ ଜଳିଗଲା ବାଇକ୍‌ ଓ ଟ୍ରକ। ବିଚ୍‌ ରାସ୍ତାରେ ଚାଲିଗଲା ବାଇକ୍‌ ଚାଳକଙ୍କ ଜୀବନ।

ବିଲେଇଘଟି ଗାଁର ଭୁକୁଲ ମହାକୁଳ (୪୩) ଆଜି ଅପରାହ୍ନରେ ନିଜ ବାଇକ୍‌ରେ ତିଲେଇବଣୀ ଅଭିମୁଖେ ଯାଉଥିଲେ। ତେବେ ୫୩ ନମ୍ୱର ଜାତୀୟ ରାଜପଥର ପ୍ରଭାଶୁଣି ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍‌ ତାଙ୍କୁ ଧକ୍କା ଦେଇଥିଲା। ଏପରିକି ଟ୍ରକ୍‌ଟି ବାଇକ୍‌କୁ କିଛି ରାସ୍ତା ଘୂଷାରି ନେଇଯାଇଥିଲା। ଫଳରେ ବାଇକ୍‌ରେ ନିଆଁ ଲାଗି ଯାଇଥିଲା। ପରେ ନିଆଁ ଟ୍ରକ୍‌ରେ ଲାଗି ଯାଇଥିଲା। ଟ୍ରକ୍‌ରେ ନିଆଁ ଲାଗିଥିବା ଦେଖି ଚାଳକ ଗାଡ଼ି ଛାଡ଼ି ପଳାଇ ଯାଇଥିଲା।

ଅନ୍ୟପକ୍ଷରେ ବାଇକ୍‌ ଚାଳକ ଶ୍ରୀ ଭୁକୁଲୁଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା। ରାସ୍ତା ଉପରେ ଗାଡ଼ି ଦୁଇଟି ଜଳୁଥିବାରୁ ସ୍ଥାନୀୟ ଲୋକେ ଉକ୍ତ ରାସ୍ତା ଦେଇ ଯିବା ଆସିବା କରିବାକୁ ନିରାପଦ ମଣୁ ନାହାନ୍ତି। ଯାହାଫଳରେ ଗାଡ଼ି ଚଳାଚଳ ଠପ୍‌ ହୋଇଛି।

You might also like