ରାଜ୍ୟରେ ପୁଣି ଜଣେ ନିଖୋଜ ଶିଶୁପୁତ୍ରର ମିଳିଲା ମୃତଦେହ
ପୁଣି ରାଜ୍ୟରେ ଜଣେ ଶିଶୁପୁତ୍ରର ମିଳିଲା ମୃତଦେହ
ଢେଙ୍କାନାଳ : ପୁଣି ରାଜ୍ୟରେ ଜଣେ ଶିଶୁପୁତ୍ରର ମିଳିଲା ମୃତଦେହ । ଘର ସାମ୍ନାରେ ଥିବା ଏକ କୂଅରୁ ମୃତଦେହ ମିଳିଥିବା ନେଇ ମିଳିଛି ସୂଚନା । ତେବେ ଗତକାଲି ଢେଙ୍କାନାଳ ଜିଲ୍ଲାରୁ ଢେଙ୍କାନାଳ ନିହଲପ୍ରସାଦ ଥାନା ଖଙ୍କିରା ଗାଁରୁ ଏକ ୩ ବର୍ଷର ଶିଶୁ ପୁତ୍ର ନିଖୋଜ ହୋଇଯାଇଥିଲା ।
ଆଜି ସଂଧ୍ୟାରେ ଶିଶୁୁପୁତ୍ରଟି ଗାଁ ଦାଣ୍ଡରେ ଖେଳୁଥିଲା ବେଳେ ନିଖୋଜ ହୋଇଯାଇଥିବା ନିହଲ ପ୍ରସାଦ ଥାନାରେ ଅଭିଯୋଗ ହୋଇଥିଲା । ସଂଧ୍ୟାଠୁ ଖୋଜାଖୋଜି ଚାଲିଥିଲେ ମଧ୍ୟ ମଧ୍ୟରାତ୍ରି ସୁଦ୍ଧା ଶିଶୁର କୌଣସି ସୂଚନା ଇଳିନଥିଲା । ତେବେ କୂଅରୁ ମୃତ ଦେହ ମିଳିବା ପରେ ସ୍ଥାନୀୟ ଅଂଚଳରେ ଚର୍ଚା ଜୋର ଧରିଛି ।