ଆଲୋକିତ କରିବା ପାଇଁ ଲିଚୁଲାଇଟ୍ ଲଗାଉଥିଲେ ହେଲେ…

ଭଦ୍ରକ/ ଗଂଜାମ: ଦୀପାବଳିରେ ଅଘଟଣ। ଦୀପାବଳିରେ ଘରେ ଲିଚୁ ଲାଇଟ୍‌ ଲଗାଉଥିବାବେଳେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଭଦ୍ରକ ବାସୁଦେବପୁର ଥାନା ଅନ୍ତର୍ଗତ ପଦ୍ମପୁର ଗାଁରେ ଘଟିଛି ଏ ଅଘଟଣ। ମୃତକ ହେଲେ ସେହି ଗାଁର ପ୍ରକାଶ ଚନ୍ଦ୍ର ଓଝା।

ନିଜ ଘରେ ଲାଇଟ୍‌ ଲଗାଉଥିବେଳେ ସେ ବିଦ୍ୟୁତ୍ ଆଘାତର ଶିକାର ହୋଇଥିଲେ ଯୁବକ। ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ଗଂଜାମ ସୋରଡ଼ା ଥାନା ଅନ୍ତର୍ଗତ ସାନସୋରଡ଼ାରେ ମଧ୍ୟ ଦୀପ ନିଆଁରୁ ଅଘଟଣ ଘଟିଛି। ପାନ ଦୋକାନରେ ନିଆଁ ଲାଗି ଦୋକାନୀ ସତ୍ୟନାରାୟଣ ସାହୁ ପୋଡ଼ି ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ତାଙ୍କୁ ଗୁରୁତର ଅବସ୍ଥାରେ ସୋରଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି।

You might also like