କରୋନାରେ ଜଣେ ମୃତ, ପୁଣି ୫୮ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କରୋନା  ପରିସ୍ଥିତି ଗମ୍ଭୀର ରୂପ ନେଇଛି।  ଆଜି  ରାଜ୍ୟରେ କରୋନାରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୫୮ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫୨କୁ ବୃଦ୍ଧି ପାଇଛି। ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତି ସବୁଠାରୁ ଚିନ୍ତାର ବିଷୟ ହୋଇଛି। ଆଜି ଏହି ଜିଲ୍ଲାରୁ ଜଣେ ବ୍ୟକ୍ତିଙ୍କର କରୋନାରେ ମୃତ ବ୍ୟକ୍ତି ଘଟିଥିବାବେଳେ ୨୯ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଏଥିସହିତ ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଟପିଛି।

ଅନୁଗୁଳ ଜିଲ୍ଲା କରୋନା ମୁକ୍ତ ଥିବାବେଳେ ଆଜି ଏହି ଜିଲ୍ଲାରେ କରୋନା ପାଦଥାପିଛି। ଆଜି  ଚିହ୍ନଟ ହୋଇଥିବା ୫୮ ଜଣଙ୍କ ମଧ୍ୟରୁ  ବାଲେଶ୍ୱରରେ ୧୫, ଅନୁଗୁଳରେ ୧୩ ଓ ମୟୂରଭଞ୍ଜରେ ଜଣେ ବୋଲି ଜଣାପଡ଼ିଛି।
ଏଯାବତ୍ ଆକ୍ଟିଭ୍ କେସ୍ ୨୮୧ ଥିବାବେଳେ ସୁସ୍ଥ ହୋଇଛନ୍ତି ୬୮। ୩ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି

You might also like