ମୟୂରଭଞ୍ଜରେ ପୁଣି ଜଣେ କରୋନା ପଜିଟିଭ, ଆକ୍ରାନ୍ତଙ୍କ ସଂଖ୍ୟା ୪ ଛୁଇଁଲା

ଭୁବନେଶ୍ୱର: ରାଜ୍ୟରେ ପୁଣି ଜଣେ କରୋନା ରୋଗୀ ଚିହ୍ନଟ । ସକାଳେ ୨୦ ପଜିଟିଭ ଚିହ୍ନଟ ହେବାର କିଛି ଘଣ୍ଟା ପରେ ମୟୂରଭଞ୍ଜ ଜିଲ୍ଲାରୁ ଚିହ୍ନଟ ହଇଛନ୍ତି ଏହି ବ୍ୟକ୍ତି।  ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦୬ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ୱେବସାଇଟ୍‌ରେ ସୂଚନା ଦିଆଯାଇଛି।

ଏହାକୁ ମିଶାଇ ମୟୂରଭଞ୍ଜ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪କୁ ଛୁଇଁଲା। ତେବେ ଏହି ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି କଣ ତାହା ଜଣାପଡ଼ି ନାହିଁ। ତାଙ୍କର କଣ୍ଟାକ୍ଟ ଟ୍ରେସିଂ ଚାଲିଛି।

ସୂଚନାଥାଉ କି, ଆଜି ରାଜ୍ୟରେ ନୂଆ ୨୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ।   ଚିହ୍ନଟ ହୋଇଥିବା ଏହି ୨୦ ପଜିଟିଭ୍‌ ମଧ୍ୟରୁ ଗଞ୍ଜାମ ଜିଲ୍ଲାରେ କେବଳ ୧୭ଜଣ ଅଛନ୍ତି। ବାକି ୩ଜଣ ମୟୂରଭଞ୍ଜ ଜିଲ୍ଲାର।

ଆଜି ସକାଳେ ପ୍ରଥମ ଥର ପାଇଁ ମୟୂରଭଞ୍ଜ ଜିଲ୍ଲାରେ କରୋନା ପଜିଟିଭ୍ କେସ୍ ବାହାରିଥିଲା। ଏହାର କିଛି ଘଣ୍ଟା ପରେ ପୁଣି ଜଣେ ପଜିଟିଭ ବାହାରିଛନ୍ତି।

ଏଯାବତ୍ ରାଜ୍ୟରେ ୫୦, ୫୧୪ କରୋନା ସାମ୍ପଲ୍ ଟେଷ୍ଟ ହୋଇଛି। ଗତକାଲି ମୋଟ ୩୦୬୦ଟି ସାମ୍ପଲ୍ ଟେଷ୍ଟ କରାଯାଇଛି।

ସୂଚନାଥାଉ କି, ଆକ୍ରାନ୍ତଙ୍କ ମଧ୍ୟରୁ ୧୪୨ ଜଣ ଚିକିତ୍ସାଧୀନ ଥିବାବେଳେ ୬୨ଜଣ ସୁସ୍ଥ ହୋଇଛନ୍ତି। ତେବେ ୨ ଜଣଙ୍କର ମୃତ୍ୟୁ ଘଟିଛି।
You might also like