ଢେଙ୍କାନାଳ: ଢେଙ୍କାନାଳରେ ବଜ୍ରାଘାତ ହୋଇ ଜଣେ ଇଂଜିନିୟରିଂ ଛାତ୍ରୀଙ୍କ ମୃତ୍ୟୁ ଘଟିଛି ଓ ୫ ଜଣ ଗୁରୁତର ହୋଇଛନ୍ତି। ଖାଇବାକୁ ଯିବା ବେଳେ କଲେଜ ନିକଟରେ ବଜ୍ରାଘାତର ଶିକାର ହୋଇଥିଲେ ଏହି ଛାତ୍ରୀ।
ସୂଚନା ଅନୁଯାୟୀ ମଧ୍ୟାହ୍ନ ବିରତିରେ ୬ ଜଣ ଛାତ୍ରୀ ଖାଇବାକୁ କଲେଜରୁ ବାହାରକୁ ଆସୁଥିଲେ। ଏହି ସମୟରେ ହଠାତ୍ ବଜ୍ରପାତ ଘଟିଥିଲା। ଏମାନେ ସମସ୍ତେ ହିନ୍ଦୋଳ ଥାନା କାରନ୍ଦା ପଠାଣୀ ସାମନ୍ତ ଇଂଜିନିୟରିଂ କଲେଜର ଛାତ୍ରୀ।
ଆହତ ୫ ଜଣ ଛାତ୍ରୀଙ୍କୁ ଖଜୁରିଆକଟା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।