ଗାଡ଼ି ଧକ୍କାରେ ଗଲା ଜୀବନ

ସୋନପୁର(ରବୀନ୍ଦ୍ର ହୋତା): ସୋନପୁର-ସମ୍ବଲପୁର ରାସ୍ତାର ମେଟାକାନୀ ଛକରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ସ୍ଥାନୀୟ ପୁଲେଶ୍ୱର ଗାଁର ଜିତେନ୍ଦ୍ର ଖୁରା।

ତେବେ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଛନ୍ତି।

ଏହାସହ ଦୁର୍ଘଟଣାରେ ସଂପୃକ୍ତ ଥିବା ଗାଡ଼ିକୁ ଚିହ୍ନଟ କରିବା ପାଇଁ ଦାବି ହୋଇଛି।

You might also like