ଜିଏସଟି ଠକେଇ ଅଭିଯୋଗରେ ଜଣେ ଗିରଫ

ରାଉରକେଲା : ପୁଣି ଜିଏସଟି ଠକେଇ ଅଭିଯୋଗ ।  ଜିଏସଟି ଠକେଇ ଅଭିଯୋଗରେ ରାଉରକେଲାରୁ ଜଣେ ଅଭିଯୁକ୍ତ ଗିରଫ। ୩ ଶହ କୋଟି ଜିଏସଟି ଫାଙ୍କି ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ସ୍ଥାନୀୟ କୋଏଲ ନଗର ଅଞ୍ଚଳରୁ ସନ୍ତୋଷଙ୍କୁ ଗିରଫ କରାଯାଇଛି। ଗତ କିଛି ଦିନ ଧରି ରାଉରକେଲାରେ ଜିଏସଟି ଠକେଇ ନେଇ ଅଭିଯୋଗ ହୋଇ ଆସୁଛି ।

ଶ୍ରମିକ ଓ ମିଥ୍ୟା ହିତାଧିକାରୀଙ୍କ ନାଁରେ ଜିଏସଟି ଠକେଇ ହେଉଥିବା ଅଭିଯୋଗ ହୋଇଛି। ତେବେ ଯଦି ନଜର ପକାଇଲେ ତେବେ ଲଗାତାର ଭାବରେ ବାଲେଶ୍ୱରରୁ ହିଁ ଜିଏସଟି ଠକେଇର ଅଭିଯୋଗ ହୋଇ ଆସୁଛି ।

You might also like