ଚିଟ୍‌ଫଣ୍ଡ ଠକେଇ ଅଭିଯୋଗରେ ଆଉ ଜଣେ ଗିରଫ

ଭୁବନେଶ୍ୱର: ଚିଟ୍‌ଫଣ୍ଡ ଠକେଇ ଅଭିଯୋଗରେ ସିବିଆଇ ଆଉ ଜଣକୁ ଗିରଫ କରିଛି। ଗିରଫ ବ୍ୟକ୍ତି ହେଲେ, ନିର୍ମଳ ଇନ୍‌ଫ୍ରା ଚିଟ୍‌ଫଣ୍ଡ ସଂସ୍ଥାର ନିର୍ବାହୀ ନିର୍ଦ୍ଦେଶକ ନିରଞ୍ଜନ ସକ୍ସେନା। ମଧ୍ୟପ୍ରଦେଶର ଭୋପାଲ ଅଞ୍ଚଳରୁ ସିବିଆଇ ତାଙ୍କୁ ଗିରଫ କରାଯାଇଛି।

ଅଧିକ ପଚରାଉଚରା କରିବା ପାଇଁ ସିବିଆଇ ତାଙ୍କୁ ଟ୍ରାନ୍‌ଜିଟ୍‌ ରିମାଣ୍ଡରେ ଭୁବନେଶ୍ୱର ଆଣିଛି।

ଭୁବନେଶ୍ୱରରେ ଆଜି ତାଙ୍କୁ ସ୍ପେଶାଲ୍‌ ସିବିଆଇ କୋର୍ଟରେ ହାଜର କରାଯାଇଥିଲା। କୋର୍ଟରେ ହାଜର ହେବା ପରେ ନିରଞ୍ଜନ ସକ୍ସେନାଙ୍କୁ ଝାରପଡ଼ା ଜେଲ୍‌କୁ ପଠାଇ ଦିଆଯାଇଛି।

 

ନିର୍ମଳ ଇନଫ୍ରା ନାଁରେ ୪୩୧ କୋଟିର ଠକେଇ ଅଭିଯୋଗ ରହିଛି।  ପଶ୍ଚିମ ଓ ଉତ୍ତର ଓଡ଼ିଶାରେ ଏହି ସଂସ୍ଥା ଶାଖା ଖୋଲି ଲୋକଙ୍କଠାରୁ କୋଟି କୋଟି ଟଙ୍କା ଆଦାୟ କରିଥିଲା।

 

ଲୋଭନୀୟ ଯୋଜନାରେ ଅଧିକ ଅର୍ଥ ଫେରସ୍ତ ପ୍ରତିଶ୍ରୁତି ଦେଇ କୋଟି କୋଟି ଟଙ୍କା ଠକି ନେଇଛି। ନିର୍ମଳ ଇନଫ୍ରା ଚିଟ୍‌ଫଣ୍ଡ ଠକେଇ ଅଭିଯୋଗରେ ପୂର୍ବରୁ ମଧ୍ୟ ଏହି ସଂସ୍ଥାର ୩ ଅଧିକାରୀଙ୍କୁ ଗିରଫ କରାଯାଇଥିଲା

————–

You might also like