ପ୍ରେମିକାର ଅଶ୍ଲୀଳ ଫଟୋ ଓ ଭିଡିଓ ଭାଇରାଲ କରି ଜେଲ୍ ଗଲା ହତାଶ ପ୍ରେମିକ

ପାରଳାଖେମୁଣ୍ଡି(ଆଦର୍ଶ ଦାସ): ପ୍ରେମିକାର ଅଶ୍ଲୀଳ ଫଟୋ ଓ ଭିଡିଓ ଭାଇରାଲ କରି ଜେଲ୍ ଗଲା ହତାଶ ପ୍ରେମିକ। ଅଭିଯୁକ୍ତଙ୍କ ନାଁ କୁବେର ପଲେଇ। ଗଞ୍ଜାମ ଜିଲ୍ଲା ଖଲିକୋଟ ଥାନା କଇଠଡ଼ା ଗାଁରେ ତାଙ୍କ ଘର।

ସୂଚନା ଅନୁସାରେ, ପାରଳେଖେମୁଣ୍ଡି ଅଞ୍ଚଳର ଜଣେ ଯୁବତୀଙ୍କ ସହ କୁବେରଙ୍କ ପ୍ରେମ ସଂପର୍କ ଥିଲା। ତେବେ ଯୁବତୀ ଜଣକ ବାହା ହେବା ପରେ ମଧ୍ୟ କୁବେର ତାଙ୍କୁ ଭୁଲି ପାରି ନ ଥିଲେ। ଶେଷରେ ଯୁବତୀଙ୍କର କିଛି ଅଶ୍ଲୀଳ ଫଟୋ ଓ ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ କରିଥିଲେ।

ଏନେଇ ପୀଡ଼ିତାଙ୍କ ପରିବାର ପାରଳାଖେମୁଣ୍ଡି ଥାନାରେ ଅଭିଯୋଗ କରିବା ପରେ ପୁଲିସ୍‌ ଘଟଣାର ତଦନ୍ତ କରି କୁବେରକୁ ଗିରଫ କରି କୋର୍ଟ ଚାଲାଣ କରିଛି।

You might also like