ଦେଢ଼ ବର୍ଷର ଶିଶୁକନ୍ୟାକୁ ସମ୍ପର୍କୀୟ ଦାଦା ଦୁଷ୍କର୍ମ କରିଥିବା ଅଭିଯୋଗ

କନ୍ଧମାଳ: ପୁଣି ଲଜ୍ଜା। କନ୍ଧମାଳ ଜିଲ୍ଲାରେ ବାଲିଗୁଡା ଥାନା ବାରଖାମା ଫାଣ୍ଡି ଅଞ୍ଚଳରେ ଜଣେ ଦେଢ଼ ବର୍ଷର ଶିଶୁକନ୍ୟାକୁ ସମ୍ପର୍କୀୟ ଦାଦା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ଶିଶୁଟି ଘର ବାହାରେ ଖେଳୁଥିବା ବେଳେ ସମ୍ପର୍କୀୟ ଦାଦା ଖେଳାଇବା ବାହାନାରେ ଶିଶୁଟିକୁ ଜଙ୍ଗଲକୁ ନେଇ ଯାଇଥିଲା। ଘର ଲୋକେ ଖୋଜାଖୋଲି କରିବା ପରେ ଶିଶୁକନ୍ୟାକୁ ନପାଇବାରୁ ଏନେଇ ଥାନାରେ ଏତଲା ଦେଇଥିଲେ।

କିନ୍ତୁ ତା ପରଦିନ ସକାଳୁ ନିଜେ ସମ୍ପର୍କୀୟ ଦାଦା ଘରକୁ ଆଣି ଶିଶୁଟିକୁ ଦେଇଥିଲେ। ତେବେ ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାରୁ ପରିବାର ଲୋକେ ଶିଶୁଟି ଦୁଷ୍କର୍ମର ଶିକାର ହୋଇଥିବା ସନ୍ଦେହ କରିଥିଲେ।

ଶିଶୁ କନ୍ୟାକୁ ପ୍ରଥମେ ବାଲିଗୁଡା ମେଡିକାଲ୍‌ ଓ ପରେ ଫୁଲବାଣୀ ମେଡିକାଲରେ ଭର୍ତ୍ତି କରାଯାଇଛି ।

ପୁଲିସ୍‌ ଘଟଣାର ତଦନ୍ତ କରୁଛି।

 

You might also like