ପୋଲିସ୍‌ ସହ ଧସ୍ତାଧସ୍ତି ବେଳେ ଅଭିଯୁକ୍ତଙ୍କ ମୃତ୍ୟୁ

ପୁରୀ: ପୁରୀରେ ପୋଲିସ୍‌ ସହ ଧସ୍ତାଧସ୍ତି ବେଳେ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଛି। ଏସ୍‌ପିଙ୍କ ସୂଚନା ଅନୁଯାୟୀ, କେ. ରମେଶ ନାମକ ବ୍ୟକ୍ତି ମାରଣାସ୍ତ୍ର ଧରି ବୁଲୁଥିବା ନେଇ ପୋଲିସ୍‌କୁ ଖବର ମିଳିଥିଲା।‌ ତାଙ୍କୁ ଧରିବାକୁ ଗଲା ବେଳେ ପୋଲିସ୍‌ ସହ ତାଙ୍କର ଧସ୍ତାଧସ୍ତି ହୋଇଥିଲା। ପୋଲିସ୍‌ ସହ ଧସ୍ତାଧସ୍ତି ବେଳେ ସମ୍ପୃକ୍ତ ଅଭିଯୁକ୍ତ ଆହତ ହୋଇଥିଲେ। ଅଭିଯୁକ୍ତଙ୍କୁ ଚିକିତ୍ସା ପାଇଁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। ପରେ ତାଙ୍କର ମୃତ୍ୟୁ ହୋଇଛି।

ବାସେଳୀସାହି ଥାନାରେ ଏନେଇ ମାମଲା ରୁଜୁ ହୋଇଥିବା ବେଳେ ଉଚ୍ଚସ୍ତରୀୟ ଅଧିକାରୀଙ୍କ ଦ୍ୱାରା ଏହାର ତଦନ୍ତ ହେବ। NHRCଙ୍କ ଗାଇଡଲାଇନ ଅନୁସାରେ ତଦନ୍ତ କରାଯିବ। ପୋଲିସ୍‌ ମାଡ଼ରେ ମୃତ୍ୟୁ ଘଟିଛି ବୋଲି ଯାହା କୁହାଯାଉଛି, ତାହା ସତ ନୁହେଁ ବୋଲି ଏସ୍‌ପି କହିଛନ୍ତି।

ଯୁବକଙ୍କ ମୃତଦେହ ବର୍ତ୍ତମାନ ପୁରୀ ମେଡିକାଲରେ ରହିଛି। ସେଠାରେ ବ୍ୟାପକ ପୋଲିସ୍‌ ଫୋର୍ସ ମୁତୟନ କରାଯାଇଛି।

ସୂଚନାଥାଉ କି, ଗତକାଲି ବାସେଳି ସାହି ଥାନା ହାଜତରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଚର୍ଚ୍ଚା ହେଉଥିଲା। ହେଲେ ହାଜତ ମୃତ୍ୟୁକୁ ଖଣ୍ଡନ କରିଛନ୍ତି ଏସ୍‌ପି। ମୃତ ଅଭିଯୁକ୍ତ ଯୁବକଙ୍କ ଶରୀରର ଡାହାଣ ହାତରେ ଅନେକ କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଛି।

ଅନ୍ୟପକ୍ଷେ, ମୃତଦେହକୁ ତରବରିଆ ଭାବେ ପରିବାର ଲୋକଙ୍କୁ ନଜଣାଇ ଶବସତ୍କାର କରାଯାଇଥିବା ମୃତକଙ୍କ ପରିବାରଲୋକେ ଅଭିଯୋଗ କରିଛନ୍ତି।

You might also like